କନକ ବ୍ୟୁରୋ: କିଛିଦିନର ଅନ୍ତରାଳ ପରେ ପୁଣି ବର୍ବର କାଣ୍ଡ ଘଟାଇଛନ୍ତି ମାଓବାଦୀ । ଆଜି(ସୋମବାର) ଛତିଶଗଡ଼ ବିଜାପୁରରେ IED ବିସ୍ଫୋରଣରେ ମୋଟ ୯ ଜଣ ସହିଦ ହୋଇଛନ୍ତି । ୮ଜଣ ଯବାନ ସହିଦ ହୋଇଥିବା ବେଳେ ଭ୍ୟାନ୍‌ ଡ୍ରାଇଭରଙ୍କ ମଧ୍ୟ ଜୀବନ ଯାଇଛି । ଚଳିତ ବର୍ଷର ପ୍ରଥମ ମାଓ ବିରୋଧୀ ଅପରେସନ ସାରି ଫେରୁଥିଲେ ଯବାନ । ବିଜାପୁର କଟରୁ ଇଲାକାରେ ଭୋକ ଉପାସରେ ଫେରୁଥିବା ଯବାନଙ୍କ ଉପରେ ଆକ୍ରମଣ  କରିଛନ୍ତି ମାଓବାଦୀ । 

Advertisment

ଗତ ଜାନୁଆରୀ ୩ ତାରିଖରୁ ଛତିଶଗଡ଼ର ଡିଆର୍‌ଜି ଫୋର୍ସ ଓ ସ୍ପେଶାଲ ଟାସ୍କ ଫୋର୍ସ ମିଳିତ ଭାବରେ ମାଓବିରୋଧୀ ଅପରେସନ ଆରମ୍ଭ କରିଥିଲେ । ୩ ଦିନ କାଳ ଭୋକଉପାସରେ ଅପରେସନ କରିବା ଆଜି କ୍ୟାମ୍ପ୍‌କୁ ଫେରୁଥିଲା ଯବାନ୍‌ଙ୍କ ଭ୍ୟାନ୍ । ପ୍ରଥମ ଥର ପାଇଁ ଏଭଳି ଏକ ଆକ୍ରମଣ କରିଛନ୍ତି ମାଓବାଦୀ । ପୂର୍ବରୁ ଅପରେସନକୁ ଯବା ବେଳେ ମାଓବାଦୀ ଆକ୍ରମଣର ନଜୀର ରହିଛି । କିନ୍ତୁ ମାଓ ଅପରେସନ ସାରି ଫେରିବା ବେଳେ କେବେ ଏହିଭଳି ଭାବରେ ଆକ୍ରମଣ କରିଥିଲେ ମାଓବାଦୀ ।
 
ମାଓ ବିରୋଧୀ ଅପରେସନ ସାରିବା ପରେ ହାଲିଆ ହୋଇ ଯାଇଥିଲେ ଯବାନମାନେ । ଏହାପରେ ଭୋକ ଉପାସରେ କ୍ୟାମ୍ପ୍‌କୁ ଫେରୁଥିଲେ । ଏଭଳି ସ୍ଥିତିରେ କେବେ ଯବାନଙ୍କ ଉପରେ ପୂର୍ବରୁ ଯବାନଙ୍କ ଉପରେ ଆକ୍ରମଣ ହୋଇନଥିଲା । ତେବେ କେଉଁ ମାଓବାଦୀ ଗୋଷ୍ଠୀ ଏହି ବିସ୍ଫୋରଣ ଘଟାଇଛି ତାହାକୁ ନେଇ କୌଣସି ସୂଚନା ମିଳିପାରିନାହିଁ । କଟରୁ ଅଞ୍ଚଳର ଅବୁଝମାଦ୍‌ରେ ଏହି ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ । ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ମାଓ ଦମନ ଜାରି ରହିଛି । ଏକାଧିକ ସ୍ଥାନରେ ଛତ୍ରଭଙ୍ଗ ଦେବା ପରେ ଅବୁଝମାଦ୍‌ ହିଁ ମାଓବାଦୀଙ୍କ ଶେଷ ଆଶ୍ରୟସ୍ଥଳୀ ବୋଲି କୁହାଯାଉଛି । 

ଗତ ଶନିବାର ସନ୍ଧ୍ୟାରେ ଛତିଶଗଡ଼ ବିଜାପୁରରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫାୟରିଂ ଶେଷ ହେବାପରେ ଜଙ୍ଗଲ ମଧ୍ୟରୁ ୪ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତା ସହିତ ଜଣେ ଡିଆର୍‌ଜି କନଷ୍ଟେବଳ ମଧ୍ୟ ସହିଦ ହୋଇଥିଲେ । ମୃତ ମାଓବାଦୀମାନେ PLGA(People’s Liberation Guerrilla Army)ର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।