କନକ ବ୍ୟୁରୋ : ଆସନ୍ତା ୨୧ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି । ଦିଲ୍ଲୀ ଉପରାଜ୍ୟପାଳ ବିନୟ ସାକ୍ସେନା ରାଷ୍ଟ୍ରପତି ଏବଂ ଗୃହ ମନ୍ତ୍ରଣାଳୟକୁ ଏକ ଚିଠି ପଠାଇଛନ୍ତି ଏବଂ ୨୧ ସେପ୍ଟେମ୍ବର ୨୦୨୪ରେ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ତାରିଖ ଭାବରେ ପ୍ରସ୍ତାବ ଦେଇଛନ୍ତି । 

ତେବେ ଶପଥ ଗ୍ରହଣ କରିବାର କୌଣସି ତାରିଖ ଆତିଶୀଙ୍କ ଦ୍ୱାରା ପ୍ରସ୍ତାବ ଦିଆଯାଇ ନାହିଁ । ୧୯୯୮ରୁ ୨୦୧୩ ପର୍ୟ୍ୟନ୍ତ ୧୫ ବର୍ଷ ଧରି ଏହି ପଦବୀରେ ରହି ଶିଲା ଦିକ୍ଷୀତ ଦିଲ୍ଲୀର ଅଧିକ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଥିଲେ । ତେବେ ସବୁଠାରୁ କମ ସମୟ ପର୍ୟ୍ୟନ୍ତ ୧୯୯୮ରେ ସ୍ୱରାଜଙ୍କ କାର୍ଯ୍ୟକାଳ ୫୨ ଦିନ ଥିଲା । ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ପରେ ଆତିଶୀ (୪୩) ଦିଲ୍ଲୀର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ । ଉଲ୍ଲେଖଯୋଗ୍ୟ, ଆସନ୍ତା ଫେବ୍ରୁଆରିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କେଜ୍ରିୱାଲ ଆଗୁଆ ନିର୍ବାଚନ କରାଇବାକୁ ଦାବି କରୁଛନ୍ତି । ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।