୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ ମାର୍ଲେନା । ନୂଆ ମନ୍ତ୍ରୀମଣ୍ଡଳରେ ୪ ପୂର୍ବତନ ମନ୍ତ୍ରୀ

Advertisment

 ଅରିବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଆପ ଆତିଶୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିଛି। ଅତିଶୀ ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ବୋଲି ଆପ ପକ୍ଷରୁ  ସ୍ପଷ୍ଟ କରାଯାଇଛି।  ଦିଲ୍ଲୀର ଲ୍ୟୁଟେନାଣ୍ଟ ଗଭର୍ଣ୍ଣର ଭିକେ ସାକ୍ସେନା ଗୁରୁବାର ରାଷ୍ଟ୍ରପତିଙ୍କୁ ଆତିଶୀଙ୍କ ଶପଥ ଗ୍ରହଣ କରିବାର ତାରିଖ ନେଇ ପ୍ରସ୍ତାବ ଦେବାର କିଛି ଘଣ୍ଟା ପରେ ଆପ ପକ୍ଷରୁ ଘୋଷଣା କରାଯାଇଛି । ଆପ୍‌ ପ୍ରଥମେ ନିଷ୍ପତ୍ତି ନେଇଥିଲା ଯେ କେବଳ ଅତିଶୀ ଶପଥ ଗ୍ରହଣ କରିବେ।

ipfe

କନକ ବ୍ୟୁରୋ : ଆସନ୍ତା ୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ ମର୍ଲେନା । ନୂଆ ମନ୍ତ୍ରୀମଣ୍ଡଳରେ  ସାମିଲ ହେବେ ୪ ପୂର୍ବତନ ମନ୍ତ୍ରୀ । ଦଳିତ ଚେହେରା ମୁକେଶ କୁମାର ହେବେ ନୂଆ ମନ୍ତ୍ରୀ । ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲା ମୁକେଶ କୁମାରଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ପାଇଁ ନିଷ୍ପତି ନେଇଛି ଆପ।  ଅରିବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଆପ ଆତିଶୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିଛି। ଅତିଶୀ ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ବୋଲି ଆପ ପକ୍ଷରୁ  ସ୍ପଷ୍ଟ କରାଯାଇଛି।  ଦିଲ୍ଲୀର ଲ୍ୟୁଟେନାଣ୍ଟ ଗଭର୍ଣ୍ଣର ଭିକେ ସାକ୍ସେନା ଗୁରୁବାର ରାଷ୍ଟ୍ରପତିଙ୍କୁ ଆତିଶୀଙ୍କ ଶପଥ ଗ୍ରହଣ କରିବାର ତାରିଖ ନେଇ ପ୍ରସ୍ତାବ ଦେବାର କିଛି ଘଣ୍ଟା ପରେ ଆପ ପକ୍ଷରୁ ଘୋଷଣା କରାଯାଇଛି । ଆପ୍‌ ପ୍ରଥମେ ନିଷ୍ପତ୍ତି ନେଇଥିଲା ଯେ କେବଳ ଅତିଶୀ ଶପଥ ଗ୍ରହଣ କରିବେ। ତେବେ ପରେ ନିଷ୍ପତ୍ତି ନିଆଯାଇଛି ଯେ ତାଙ୍କ ମନ୍ତ୍ରୀ ପରିଷଦ ମଧ୍ୟ ଶପଥ ଗ୍ରହଣ କରିବେ। ଦୁଇ ଦିନ ତଳେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତା’ପରେ ଦଳ ଅତିଶୀଙ୍କୁ ଦିଳ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା। ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଅତିଶୀଙ୍କ ନାମ ଘୋଷଣା ହେବା ପରେ ସେ କେଜ୍ରିୱାଲ୍‌ଙ୍କୁ ନିଜ ଗୁରୁ ବୋଲି  କହିଥିଲେ। ଅତିଶୀ କହିଛନ୍ତି, ‘ଦିଲ୍ଲୀର ଜଣେ ମାତ୍ର ମୁଖ୍ୟମନ୍ତ୍ରୀ, ସେ ହେଲେ କେଜ୍ରିୱାଲ୍‌।  ଆଗରୁ ଦିଲ୍ଳୀବାସୀଙ୍କ ପାଇଁ କାମ କରିବେ ଏବଂ ଆଗାମୀ ନିର୍ବାଚନରେ କେଜ୍ରିୱାଲ୍‌ଙ୍କୁ ପୁଣି ଶାସନ କ୍ଷମତାକୁ ଆଣିବା ମୋର ଲକ୍ଷ୍ୟ। ଆସନ୍ତା ଫେବ୍ରୁଆରିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କେଜ୍ରିୱାଲ ଆଗୁଆ ନିର୍ବାଚନ କରାଇବାକୁ ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe