କନକ ବ୍ୟୁରୋ: ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ଲାଗିଲା । ଆତିଶୀ ମାର୍ଲେନା ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆପ୍ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ପରେ ଘୋଷଣା ହୋଇଛି ।  ମୁଖ୍ୟମନ୍ତ୍ରୀ ପଦରୁ ଆଜି ଔପଚାରିକ ଭାବେ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିୱାଲ । ଆଜି ଅପରାହ୍ନ ୪ଟା ପରେ କେଜ୍ରିୱାଲ ଏଲଜି ବି କେ ସକ୍ସେନାଙ୍କୁ ଭେଟି ଇସ୍ତଫା ଘୋଷଣା କରିବାର ସୂଚନା ରହିଛି । କେଜ୍ରିୱାଲ ଜେଲରେ ଥିବାବେଳେ ଆତିଶୀ ତାଙ୍କ ଦାୟିତ୍ୱ ସମ୍ଭାଳିଥିଲେ । ଏବେ ଆତିଶୀ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି । 

ତେବେ ଆତିଶୀ ହୋଉଛନ୍ତି ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ । ବିଜେପି ନେତ୍ରୀ ସୁଷମା ସ୍ୱରାଜ ୧୯୯୮ ରେ ଦିଲ୍ଲୀର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ମାତ୍ର ୫୨ ଦିନ ପାଇଁ ସେ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ତୁଲାଇଥିଲେ । ଏଡାପରେ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶିଲା ଦୀକ୍ଷିତ ୧୯୩୮ରେ କାର୍ଯ୍ୟଭାର ସମ୍ଭାଳିଥିଳେ । ଏହାପରେ ଆତିଶୀ ହେଲେ ଦିଲ୍ଲୀର ତୃତୀୟ ମୁଖ୍ୟମନ୍ତ୍ରୀ ।