କନକ ବ୍ୟୁରୋ: ହାରିଲେ ସତ କିନ୍ତୁ ପ୍ରତିଶୋଧ ନେଲେ । ୧୨ ବର୍ଷ ତଳେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତଙ୍କୁ ହରାଇଥିଲେ କେଜ୍ରିୱାଲ । ଆଉ ଏବେ ମା’ଙ୍କୁ ହରାଇବାର ପ୍ରତିଶୋଧ ନେଇଛନ୍ତି ପୁଅ ସନ୍ଦୀପ ଦୀକ୍ଷିତ । ସନ୍ଦୀପ ଏଥର ନୂଆ ଦିଲ୍ଲୀ ଆସନରରୁ କେଜ୍ରିୱାଲଙ୍କ ବିରୋଧରେ ଲଢିଥିଲେ । ସେ ତୃତୀୟ ସ୍ଥାନରେ ରହିଥିଲେ ହେଁ କେଜ୍ରିୱାଲଙ୍କ ପରାସ୍ତରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । କେଜ୍ରିୱାଲ ୪,୦୮୯ ଖଣ୍ଡ ଭୋଟରେ ବିଜେପିର ପର୍ବେଶ ବର୍ମାଙ୍କ ଠାରୁ ହାରିଛନ୍ତି । ସନ୍ଦୀପ ଦିକ୍ଷୀତ ଏଠାରେ ୪୫୬୮ ଖଣ୍ଡ ଭୋଟ ପାଇଛନ୍ତି । ଯଦି ଆପ ଓ କଂଗ୍ରେସ ଯଦି ଏକାଠି ନିର୍ବାଚନ ଲଢ଼ି ଥାଆନ୍ତେ, ତା’ହେଲେ କେଜ୍ରିୱାଲ ଛୋଟ ବ୍ୟବଧାନରେ ହେଉ ପଛେ ବିଜୟ ସ୍ୱାଦ ଚାଖି ପାରିଥାଆନ୍ତେ କୁହାଯାଉଛି । 

Advertisment

୨୦୧୩ରେ କେଜ୍ରିୱାଲ ହଠାତ୍‌ ନିର୍ବାଚନ ମୈଦାନକୁ ଓହ୍ଲାଥିଲେ। ଦୁର୍ନୀତି ବିରୋଧୀ ଆନ୍ଦୋଳନକୁ ନେଇ ଚର୍ଚ୍ଚାରେ ରହିଥିବା ଆପ୍‌ ପକ୍ଷରୁ କେଜ୍ରିୱାଲ ୩ଥରର ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତକୁ ସିଧାସଳଖ ଚ୍ୟାଲେଞ୍ଜ କରିଥିଲେ। ସେବେଠାରୁ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ଜିତି ଆସୁଥିଲେ। ନିର୍ବାଚନ ବେଳେ ସନ୍ଦୀପ ଦିକ୍ଷୀତ ବିଜେପି ଅପେକ୍ଷା କେଜ୍ରିୱାଲଙ୍କୁ ବେଶୀ ଟାର୍ଗେଟ କରିଥିଲେ। ସେ ନିର୍ଦ୍ଦିଷ୍ଟ ଭାବେ କେଜ୍ରିୱାଲଙ୍କ ବିରୋଧରେ ପ୍ରଚାର କରିଥିଲେ। ଦିଲ୍ଲୀ ସରକାରଙ୍କ ବିଫଳତା ଲୋକଙ୍କ ଆଗରେ ଉଠାଇଥିଲେ। ଭଉଣୀ ଲତିକା ମଧ୍ୟ ତାଙ୍କ ପାଇଁ ପ୍ରଚାର କରିଥିଲେ।