ଶପଥ ନେବେ ଟ୍ରମ୍ପ । ରାତ୍ରି ଭୋଜନରେ ଟ୍ରମ୍ପଙ୍କ ସହ ସାମିଲ ହେଲେ ମୁକେଶ ଏବଂ ନୀତା ଅମ୍ବାନୀ ।

Advertisment

ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ । ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ନେବାକୁ ଯାଉଛନ୍ତି, ଆଉ ଏହା ପୂର୍ବରୁ ଓ୍ୱାସିଂଟନ୍ ଡିସିରେ ଟ୍ରମ୍ପଙ୍କୁ ଭେଟିଛନ୍ତି ମୁକେଶ ଆଉ ନୀତା ଅମ୍ବାନୀ ।

ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ । ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ନେବାକୁ ଯାଉଛନ୍ତି, ଆଉ ଏହା ପୂର୍ବରୁ ଓ୍ୱାସିଂଟନ୍ ଡିସିରେ ଟ୍ରମ୍ପଙ୍କୁ ଭେଟିଛନ୍ତି ମୁକେଶ ଆଉ ନୀତା ଅମ୍ବାନୀ ।

ଟ୍ରମ୍ପଙ୍କ ସହ ମୁକେଶ ଏବଂ ନୀତା ଅମ୍ବାନୀ

ଟ୍ରମ୍ପଙ୍କ ସହ ମୁକେଶ ଏବଂ ନୀତା ଅମ୍ବାନୀ Photograph: (KanakNews )

କନକ ବ୍ୟୁରୋ: ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ । ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ନେବାକୁ ଯାଉଛନ୍ତି, ଆଉ ଏହା ପୂର୍ବରୁ ଓ୍ୱାସିଂଟନ୍ ଡିସିରେ ଟ୍ରମ୍ପଙ୍କୁ ଭେଟିଛନ୍ତି ମୁକେଶ ଆଉ ନୀତା ଅମ୍ବାନୀ ।

ତେବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଯୋଗ ଦେବାକୁ ଆମେରିକା ଯାଇଛନ୍ତି ମୁକେଶ ଆଉ ନୀତା ଅମ୍ବାନୀ । ଯେଉଁଥିରେ ତାଙ୍କୁ ଏକ ରାତ୍ରି ଭୋଜନରେ ସାମିଲ ହେବାକୁ ପ୍ରଥମେ ନିମନ୍ତ୍ରଣ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ଏକ କ୍ୟାଣ୍ଡେଲ ଲାଇଟ୍ ଡିନରରେ ଭାରତର ଏହି ଧନୀ ଦମ୍ପତ୍ତି ସାମିଲ ହେଇଥିଲେ । ଯେଉଁଠି ସେ ଟ୍ରମ୍ପଙ୍କ ସହିତ ଏହି ଫଟୋ ଉଠାଇଛନ୍ତି ।

ତେବେ ଗତବର୍ଷ ଦ୍ବିତୀୟ ଥର ପାଇଁ ନିର୍ବାଚନ ଜିଣି ଟ୍ରମ୍ପ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି । କାହିଁକି ନା, ଯେତେବେଳେ ଆମେରିକାର ଏକ ଗୋଷ୍ଠୀ ଟ୍ରମ୍ପଙ୍କୁ ଅପସନ୍ଦ କରୁଥିଲେ ସେତେବେଳେ ଲୋକଙ୍କ ସମର୍ଥନରେ ସେ ପୁଣି ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ଦ୍ୱିତୀୟଥର ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ। ତେବେ ଗତବର୍ଷ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ୱାଂଟିଶନ ଡିସି ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷାକୁ ବଢାଇଦିଆଯାଇଛି ।

ଅନ୍ୟପଟେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଚୀନ ରାଷ୍ଟ୍ରପତିଙ୍କ ସି ଜିଙ୍ଗପିଙ୍ଗ ସମେତ ଅନେକ ରାଷ୍ଟ୍ରମୁଖ୍ୟଙ୍କୁ ଯୋଗଦେବାକୁ ଟ୍ରମ୍ପ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିଛନ୍ତି । ଟ୍ରମ୍ପଙ୍କ ଶପଥଗ୍ରହଣ ସମାରୋହ ପାଇଁ ଅନେକ ପରମ୍ପରାକୁ ପଛକୁ ଠେଲିଦିଆଯାଇଛି । ତେବେ ଭାରତ ପକ୍ଷରୁ ଶପଥଗ୍ରହଣ ସମୋରହରେ ପ୍ରତିନିଧିତ୍ବ କରିବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe