କନକ ବ୍ୟୁରୋ : ମାଲକାନଗିରିର ମାଲ୍ୟବନ୍ତ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରାୟ ଦେଢ଼ ଘଣ୍ଟାର ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସାଂସ୍କୃତିକ ସଭାରୁ ପୂର୍ବ ବିଜେଡି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଚର୍ଚ୍ଚିତ ସ୍ୱାଭିମାନ ଅଂଚଳ ପ୍ରସଙ୍ଗ ଉଠାଇ ୨୪ ବର୍ଷର ଶାସନ କାଳରେ ପଛୁଆ ଅଂଚଳର ବିକାଶ ହୋଇପାରିନଥିବା କହି ନବୀନ ସରକାରଙ୍କୁ କଟାକ୍ଷ କରିଛନ୍ତି। କହିଛନ୍ତି, ସ୍ୱାଭିମାନ ଅଂଚଳ ଏବେ ଅଭିମାନ ପାଲଟି ଯାଇଛି। ଏହାର ବିକାଶ ପାଇଁ ମାଲ୍ୟବନ୍ତ ମଞ୍ଚରୁ ୨୫୦ କୋଟି ଟଙ୍କାର ୮୦ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଦଶନ୍ଧି ଦଶନ୍ଧି ଧରି ମାଲକାନଗିରିରେ ଗୁରୁପ୍ରୀୟା ସେତୁ ନିର୍ମାଣ ହୋଇ ପାରୁନଥିଲା। ସେତୁ କେନ୍ଦ୍ରର ଆରଆଇଡିଏଫ ପାଣ୍ଠିରୁ ନିର୍ମାଣ ହୋଇଛି । ୨୦୧୮ରେ ତତକାଳୀନ ମୁଖ୍ୟମନ୍ତ୍ରୀ ଏହାର ଲୋକର୍ପଣ କରି ବିଜେଡି ସରକାର ନଜି ପିଠି ଥାପୁଡାଉଥିବା କହି ସାମାଲୋଚନା କରିଛନ୍ତି ସାଂସଦ ବଳଭଦ୍ର ମାଝୀ ।
ମାଲକାନଗିରି ଗସ୍ତବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଇଁ ୪ ହଜାର କୋଟିର ପୁଂଜି ନିବେଶ କଥା ଘୋଷଣା କରିଛନ୍ତି । ଏଥିମଧ୍ୟରେ ରହିଛି ସିମେଣ୍ଟ କାରଖାନା ନିର୍ମାଣ, ୨ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ମାଲକାନଗିରି ଠାରୁ ତିରିଙ୍ଗ ଯାଏଁ ୬ଲେନ ରୋଡ, ରେଳ ପ୍ରକଳ୍ପର ଜମି ଅଧିଗ୍ରହଣ ।