ମାତ୍ର ୧୩ ବର୍ଷ ବୟସରେ ଆଇପିଏଲ୍‌ ଯାତ୍ରା ;୧କୋଟି ୧୦ ଲକ୍ଷ ଟଙ୍କାରେ କିଣିଲା ଦଳ

କ୍ରିକେଟରେ ଚତ୍ମକାର, ମାତ୍ର ୧୩ ବର୍ଷ ବୟସରେ ଆଇପିଏଲର ଯାତ୍ରା । ଇତିହାସ ସୃଷ୍ଟି କରିଛନ୍ତି ବିହାରର ବୈଭବ ସୂର୍ଯ୍ୟବଂଶୀଙ୍କୁ । ବିହାରର ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ଚଳିତ ନିଲାମରେ କିଣିଛି । ଏହି ବାମହାତୀ ବ୍ୟାଟରଙ୍କୁ ରାଜସ୍ଥାନ ରୟାଲ୍ସ ୧.୧୦ କୋଟି ଟଙ୍କାରେ କିଣିଛି ।

19CRICKET

କନକ ବ୍ୟୁରୋ :କ୍ରିକେଟରେ ଚତ୍ମକାର, ମାତ୍ର ୧୩ ବର୍ଷ ବୟସରେ ଆଇପିଏଲର ଯାତ୍ରା । ଇତିହାସ ସୃଷ୍ଟି କରିଛନ୍ତି ବିହାରର ବୈଭବ ସୂର୍ୟ୍ୟବଂଶୀ ବିହାରର ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ଚଳିତ ନିଲାମରେ କିଣିଛି । ଏହି ବାମହାତୀ ବ୍ୟାଟରଙ୍କୁ ରାଜସ୍ଥାନ ରୟାଲ୍ସ ୧.୧୦ କୋଟି ଟଙ୍କାରେ କିଣିଛି । ବୈଭବଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ ଥିଲା ଏବଂ ଏବେ ସେ ପ୍ରଥମ ଥର ପାଇଁ ଆଇପିଏଲ୍ ଖେଳିବାକୁ ନଜର ଆସିବେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ବୟସ ମାତ୍ର ୧୩ ବର୍ଷ ହୋଇଥିଲେ ମଧ୍ୟ ତାଙ୍କ ବ୍ୟାଟିଂ ପାଇଁ ପ୍ରସିଦ୍ଧ । ୧୨ ବର୍ଷରେ ସେ ବିହାର ତରଫରୁ ରଣଜୀ ମ୍ୟାଚ ଖେଳିଥିଲେ ।

ନିକଟରେ ବୈଭବ ଭାରତୀୟ ୧୯ ବର୍ଷରୁ କମ୍ ଦଳ ପାଇଁ ଖେଳିଥିଲେ, ଯେଉଁଠାରେ ସେ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଚମତ୍କାର ଶତକ ହାସଲ କରିଥିଲେ। ବୈଭବ ସୂର୍ୟ୍ୟବଂଶୀ ମାତ୍ର ୬୨ ବଲ୍ ରୁ ୧୦୪ ରନ୍ କରିଥିଲେ। ତାଙ୍କ ବ୍ୟାଟ୍ ରୁ ୧୪ ଚୌକା ଓ ୪ ଛକା ଆସିଥିଲା । ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଏବଂ ସେଥିପାଇଁ ତାଙ୍କୁ ଆଇପିଏଲରେ ସ୍ଥାନ ମିଳିଛି। ବୈଭବଙ୍କ ବୟସ ୧୩ ବର୍ଷ ଏବଂ ସେ ଭାରତୀୟ ୧୯ ବର୍ଷରୁ କମ୍ ଦଳରେ ଖେଳିଛନ୍ତି। ବୈଭବଙ୍କୁ ରାଜସ୍ଥାନ ରୟାଲ୍ସ ୧.୧୦ କୋଟି ଟଙ୍କାରେ କିଣିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ସେମାନଙ୍କ ପାଇଁ ୧ କୋଟି ଟଙ୍କା ପର୍ୟ୍ୟନ୍ତ ବିଡ୍ କରିଥିଲା, କିନ୍ତୁ ଶେଷରେ ରାଜସ୍ଥାନ ବିଜୟୀ ହୋଇଥିଲା । ବୈଭବ ଏବେ ପୂର୍ବତନ ଭାରତୀୟ କୋଚ୍ ତଥା କିମ୍ବଦନ୍ତୀ କ୍ରିକେଟର ରାହୁଲ ଦ୍ରାବିଡଙ୍କଠାରୁ କ୍ରିକେଟ୍ ଶିଖିବାର ସୁଯୋଗ ପାଇବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe