କନକ ବ୍ୟୁରୋ : ଲାଓସରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ନ୍ଧନା ପ୍ରଦାନ କରାଯାଇଛି । ପ୍ରବାସୀ ଭାରତୀୟଙ୍କୁ ଭେଟିବା ସହ ଲାଓସର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ବିଶ୍ବର ବିଭିନ୍ନ ଦେଶରେ ଯୁଦ୍ଧ ପରିସ୍ଥିତି ଦେଇ ଗତି କରୁଥିବା ସମୟରେ ଆସିଆନ ଦେଶମାନଙ୍କ ସହ ଭାରତର ମିତ୍ରତା ବେଶ ଗୁରୁତ୍ବପୂର୍ଣ୍ଣ । ସହଯୋଗ,ସମନ୍ବୟ ଓ ସମ୍ବାଦ ଜରୁରୀ ବୋଲି ମୋଦୀ କହିଛନ୍ତି । ଲାଓରେ ୨୧ତମ ଆସିଆନ ଓ ଭାରତ ସମ୍ମିଳନୀ ଆୟୋଜିତ ହୋଇଛି ।