କନକ ବ୍ୟୁରୋ :  ପଞ୍ଚାୟତ ସମିତି ବୈଠକରେ ପ୍ରତିବାଦର ପୂଜା । ମନରେଗା ଅଧିକାରୀଙ୍କୁ ଧୂପ ଦେଇ ବନ୍ଦାପନା କଲେ ସମିତି ସଭ୍ୟ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ । ସୁଧ ଟଙ୍କା ଖର୍ଚ୍ଚକୁ ନେଇ ବିଡ଼ିଓ, ସମିତି ସଭ୍ୟ କଥା କଟା କାଟି । ବୈଠକ ମଝିରେ ଦେଓଗାଁ ମନରେଗା ଅଧିକାରୀ ସୁଧାଂଶୁ ମେହେରଙ୍କୁ ଧୂପ ଦେଇ ପୂଜା ବନ୍ଦାପନା କରିଥିଲେ ହାତିସରା ସମିତି ସଭ୍ୟ ବିଶ୍ୱଜିତ ପାତ୍ର । ମନରେଗାରେ କାମ କରି ଟଙ୍କା ପାଇନଥିବାରୁ ସେ ଏଭଳି ପ୍ରତିବାଦ କରିଛନ୍ତି । ଧୂପ ଦେଇ ପୂଜା କରୁଥିବା ଦେଖିବାକୁ ମିଳିଛି । ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଉଥିବା ପଞ୍ଚାୟତ ସମିତି ବୈଠକ । ସାଲେପାଲି ସମିତି ସଭ୍ୟ ଲକ୍ଷ୍ମଣ ମେହେର ଓ ରାମଚନ୍ଦ୍ରପୁର ସମିତି ସଭ୍ୟ ସଂକୀର୍ତ୍ତନ ବାଗ ବ୍ଲକ ଅଧ୍ୟକ୍ଷଙ୍କ ସହ ଯୁକ୍ତିତର୍କ କରିଥିଲେ। ପଞ୍ଚାୟତ ସମିତି ବୈଠକ ସମିତି ସଭ୍ୟଙ୍କ ଏଭଳି ଆଚରଣ ଦେଖି ଆବାକ୍‌ ହୋଇଥିଲେ ଉପସ୍ଥିତ ନିର୍ବାଚିତ ପ୍ରତିନିଧି ଓ ସରକାରୀ ଅଧିକାରୀ । ସଭା କକ୍ଷରେ ଉପସ୍ଥିତ ସାମ୍ୱାଦିକ ଏହାର ଭିଡିଓ ଉତ୍ତୋଳନ କରିବାରୁ ବ୍ଲକ ଅଧ୍ୟକ୍ଷ ଗଣମାଧ୍ୟମ ପ୍ରତିନିଧିଙ୍କୁ ସଭା ଭିତରୁ ବାହାରି ଯିବାକୁ କହିଥିଲେ । ଯଦି ଏହି ଦୃଶ୍ୟ ଗଣମାଧ୍ୟମରେ ପ୍ରସାରଣ କରିବେ ତେବେ ଆଗାମୀ ବୈଠକରେ ପ୍ରବେଶ ନିଷେଧ କରାଯିବ ବୋଲି କାର୍ଯରତ  ସାମ୍ୱାଦିକଙ୍କୁ ଧମକ ଦେଇଥିଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ।