କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣା । ଅଭିଯୁକ୍ତ ସ୍ପାଇଡର ସତୀଶକୁ ନେଇ ନୟାପଲ୍ଲୀ ପହଞ୍ଚିଲା ପୋଲିସ । କେମିତି ଚଢୁଥିଲା କାନ୍ଥ, କେମିତି ଲୁଟୁଥିଲା ଟଙ୍କା, ପୋଲିସକୁ ତାର ଡେମୋ ଦେଖାଉଛି ଅଭିଯୁକ୍ତ । ନିରଞ୍ଜନ ପଟ୍ଟନାୟକଙ୍କ ଘର ସମେତ ୨୦୨୩ ମସିହାରେ ଜଣେ ଠିକାଦାର ସଂସ୍ଥାର ମାଲିକଙ୍କ ଘରୁ ଟଙ୍କା ଲୁଟ୍ କରିଥିଲା ସତୀଶ । କାନ୍ଥ ଡେଇଁ ଘରେ ପଶୁଥିଲା । ଟଙ୍କା ଲୁଟି ଚମ୍ପଟ ମାରୁଥିଲା । ଆଉ ଲୁଟ ଟଙ୍କାରେ ମଉଜ କରୁଥିଲା। କୁକୁରର ସ୍ପା ଓ ଷ୍ଟିମ ବାଥ ପାଇଁ ଖର୍ଚ୍ଚ କରୁଥିଲା ପୁଳା ପୁଳା ଟଙ୍କା । କେବଳ ସେତିକି ନୁହେଁ, ନିଜେ ମଧ୍ୟ ଫିଜିକାଲ ଫିଟ ରହିବା ପାଇଁ ପର୍ଶନାଲ ଟ୍ରେନର ନିଯୁକ୍ତ କରିଥିଲା। ବାଙ୍ଗାଲୋର, ବିଜୟନଗରମ, ହାଇଦ୍ରାବାଦରେ କିଣିଥିଲା ୪ଟି ଫ୍ଲାଟ। ଚୋରି ଟଙ୍କାରେ ଗାର୍ଲଫ୍ରେଣ୍ଡଙ୍କୁ ଡାଇମଣ୍ଡ ଗିଫ୍ଟ କରୁଥିଲା। ତେବେ କେମିତି ଏକାକୀ ଏହି ଚୋର, ସୁରକ୍ଷା କର୍ମୀଙ୍କୁ ମାତ୍ ଦେଇ ହାଇ ସିକ୍ୟୁରୀଟି ଜୋନରୁ ଚୋରି କରୁଥିଲା, ପୋଲିସକୁ ତାର ଡେମୋ ଦେଖାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us