କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଏବେ ବି ଥମିନି ଯୁଦ୍ଧ । ଇସ୍ରାଏଲ ଆକ୍ରମଣରେ ପୁଣି ଥରି ଉଠିଛି ଗାଜା ପଟି । ଏୟାର ଷ୍ଟ୍ରାଇକ୍ ଓ ବୋମାମାଡ଼ରେ ଅତି କମରେ ୪୨ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଲେବାନନ ସହ ଅସ୍ତ୍ରବିରାମ ଚୁକ୍ତି ପରେ ଏବେ ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ ସେନା । ରାତି ଅଧରେ ଆଇଡିଏଫ ପକ୍ଷରୁ କରାଯାଇଛି ଅପରେସନ ।
ଗାଜାର ଏକାଧିକ ସ୍ଥାନରେ ଆକାଶମାର୍ଗରୁ ହୋଇଛି ବୋମା ବର୍ଷା । ଯେଉଁଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଉତ୍ତର ଓ ଦକ୍ଷିଣ ଗାଜାରେ ଟ୍ୟାଙ୍କ ମଧ୍ୟ ମୁତୟନ କରିଛି ଆଇଡିଏଫ । ଦୀର୍ଘ ଦିନରୁ ଯୁଦ୍ଧ ଚାଲିଥିବାରୁ ଗାଜାରେ ଭୟଙ୍କର ଦୁର୍ଭିକ୍ଷ ସଙ୍କଟ ସୃଷ୍ଟି ହୋଇଛି । ୨ ଲକ୍ଷରୁ ଅଧିକ ଲୋକ ଫସି ରହିଥିବା ବେଳେ ଖାଦ୍ୟ ସଙ୍କଟ ନେଇ ଚେତାବନୀ ଦେଇଛି ମିଳିତ ଜାତିସଂଘ । ୨୦୨୩ ଅକ୍ଟୋବରଠାରୁ ବର୍ତ୍ତମାନ ସୁଦ୍ଧା ଗାଜାରେ ୪୪ ହଜାର ୩୩୦ ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/29/gK2GTCf0RLdGKeWoPnPe.jpg)