କନକ ବ୍ୟୁରୋ: ହିଜବୁଲ୍ଲା ଓ ହମାସ ଆକ୍ରମଣ ପରେ ଏବେ ଇସ୍ରାଏଲ ସିରିଆ ଉପରେ ଏୟାର ଷ୍ଟ୍ରାଇକ କରିଛି । ଇସ୍ରାଏଲ ଗୁରୁବାର ସରିଆର ରାଜଧାନୀ ଦମାସ୍କସର ପଶ୍ଚିମ ଏବଂ ରାଜଧାନୀର ଏକ ଉପାନ୍ତ ଅଞ୍ଚଳରେ ଦୁଇଟି ଏୟାର ଷ୍ଟ୍ରାଇକ୍ କରିଥିଲା । ଏହି ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ଏୟାର ଷ୍ଟ୍ରାଇକ୍ ଯୋଗୁଁ ଦାମାସ୍କସର ମାଜେହ ଅଞ୍ଚଳ ଏବଂ ରାଜଧାନୀର ଉତ୍ତର-ପଶ୍ଚିମରେ ଥିବା କୁଦସାୟା ଉପକଣ୍ଠରେ ଥିବା କିଛି ଘର କ୍ଷତିଗ୍ରସ୍ତ ହୋଇଛି । ବେସମେଣ୍ଟରେ କ୍ଷେପଣାସ୍ତ୍ର ମାଡ଼ ହେବାଫଳରେ ଏକ ୫ ମହଲା କୋଠା କ୍ଷତିଗ୍ରସ୍ତ ହୋଇଛି । ଇସ୍ରାଏଲ ସେନା କହିଛି ଯେ, ସେମାନେ ସିରିଆରେ ଇସଲାମିକ ଜିହାଦ ଆତଙ୍କବାଦୀ ସଂଗଠନର ଭିତ୍ତିଭୂମି ସ୍ଥଳ ଏବଂ କମାଣ୍ଡ ସେଣ୍ଟର ଉପରେ ଆକ୍ରମଣ କରିଛନ୍ତି ଏବଂ ଆତଙ୍କବାଦୀ ସଂଗଠନର କମାଣ୍ଡ ସେଣ୍ଟର ସମୂର୍ଣ୍ଣ ନଷ୍ଟ ହୋଇଛି । ଇସ୍ରାଏଲ ଅନେକ ବାର କହିଛି ଆତଙ୍କବାଦୀ ଯେଉଁଠି ଥାଅନ୍ତୁ ନା କାହିଁକି ଆମେ ତାଙ୍କୁ ନିପାତ କରିବୁ ଏବଂ ସିରିଆ ଉପରେ ଆକ୍ରମଣରେ ପରେ ଇସ୍ରାଏଲ ସ୍ପଷ୍ଟ କରିଦେଇଛି ଯେ ଲେବାନନ, ଗାଜା ପରେ ଏବେ ଟାର୍ଗେଟରେ ସିରିଆ ।