ରାତିରେ ହସ୍ପିଟାଲର ଶିଶୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ । ୧୦ ଶିଶୁ ଜୀବନ୍ତ ଦଗ୍ଧ, ୧୬ ଗୁରୁତର

Advertisment

ରାତିରେ ଉତ୍ତର ପ୍ରଦେଶର ଝାନସୀ ହସ୍ପିଟାଲର ଶିଶୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ। ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୬ ଜଣ ଗୁରୁତର ହୋଇଛନ୍ତି

ରାତିରେ ଉତ୍ତର ପ୍ରଦେଶର ଝାନସୀ ହସ୍ପିଟାଲର ଶିଶୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ। ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୬ ଜଣ ଗୁରୁତର ହୋଇଛନ୍ତି

hospital fire

କନକ ବ୍ୟୁରୋ: ରାତିରେ ଉତ୍ତର ପ୍ରଦେଶର ଝାନସୀ ହସ୍ପିଟାଲର ଶିଶୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ। ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୬ ଜଣ ଗୁରୁତର ହୋଇଛନ୍ତି।  ସଟ୍ ସର୍କିଟ ଯୋଗୁଁ ହସ୍ପିଟାଲର ୮ ମହଲା ଉପରେ ଲାଗିଥିଲା ନିଆଁ। ଅଧିକାଂଶ ଲୋକଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଏବେିବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଆଁ ଲାଗିଥିବା ଜାଣିବା ପରେ ଲୋକେମାନେ ଦୌଡିଥିଲେ। ଫଳରେ ଦଳଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଏଥିଯୋଗୁଁ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହୀନିର ଟିମ୍ ୩୭ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ୱାର୍ଡରେ ମୋଟ ଉପରେ ୫୪ ଜଣ ରୋଗୀ ଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ଭଲ ହସ୍ପିଟାଲରେ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧୨ ଘଣ୍ଟା ମଧ୍ୟରେ କିପରି ନିଆଁ ଲାଗିଲା ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ନିଆଁ ଲାଗିଥିଲା। ଶିଶୁ ୱାର୍ଡର ଦୁଇଟି ୟୁନିଟରେ ନିଆଁ ଲାଗିଯାଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ହସ୍ପିଟାଲ ବାହାରେ ହଜାର ହଜାର ଲୋକେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe