ଛାତ୍ରଙ୍କ ପାଇଁ କାଳ ହେଲା ଖେଳ: କଅଁଳ ବୟସରେ ବେଗୁନିଆପଡ଼ା 'ଆକାଶ'ଙ୍କ ଆକାଶରେ ଘୋଟି ଯାଇଛି କ୍ୟାନ୍ସରର କଳାବାଦଲ

Advertisment

ପାଠପଢ଼ାରେ ଡୋରୀ ବାନ୍ଧିଲା କ୍ୟାନସର। କ୍ୟାନସରରେ ଆକ୍ରାନ୍ତ ହୋଇ ନବମ ଶ୍ରେଣୀ ଛାତ୍ର ଶଯ୍ୟାଶାୟୀ। ଅପେରସନ ପାଇଁ ଅର୍ଥ ନାହିଁ। ଶେଜରେ ପଡି ବଂଚିବାର ରାହା ଦେଖୁଛନ୍ତି ଘରର ଏକ ମାତ୍ର ପୁଅ। 

ପାଠପଢ଼ାରେ ଡୋରୀ ବାନ୍ଧିଲା କ୍ୟାନସର। କ୍ୟାନସରରେ ଆକ୍ରାନ୍ତ ହୋଇ ନବମ ଶ୍ରେଣୀ ଛାତ୍ର ଶଯ୍ୟାଶାୟୀ। ଅପେରସନ ପାଇଁ ଅର୍ଥ ନାହିଁ। ଶେଜରେ ପଡି ବଂଚିବାର ରାହା ଦେଖୁଛନ୍ତି ଘରର ଏକ ମାତ୍ର ପୁଅ। 

cancser

Photograph: (kanak news)

କନକ ବ୍ୟୁରୋ: ପାଠପଢ଼ାରେ ଡୋରୀ ବାନ୍ଧିଲା କ୍ୟାନସର। କ୍ୟାନସରରେ ଆକ୍ରାନ୍ତ ହୋଇ ନବମ ଶ୍ରେଣୀ ଛାତ୍ର ଶଯ୍ୟାଶାୟୀ। ଅପେରସନ ପାଇଁ ଅର୍ଥ ନାହିଁ। ଶେଜରେ ପଡି ବଂଚିବାର ରାହା ଦେଖୁଛନ୍ତି ଘରର ଏକ ମାତ୍ର ପୁଅ। 

ରୋଗ ଛଡ଼େଇ ନେଇଛି ଛାତ୍ରଙ୍କ ଓଠରୁ ହସ। ସ୍କୁଲ ବଦଳରେ ବିଛଣାରେ କଟୁଛି ଦିନ। ଧିରେଧିରେ ଶରୀର ନିସ୍ତେଜ ହୋଇଯାଉଛି। ପାଠ ପଢ଼ିବା ବୟସରେ କର୍କଟ ରୋଗ ଯନ୍ତ୍ରଣାରେ ଯୁଝି ହେଉଛନ୍ତି ବେଗୁନିଆପଡ଼ା ବ୍ଲକ ରାଜପୁର ଗାଁର ଆକାଶ ବେହେରା। ଚିକିତ୍ସା ପାଇଁ ବାପାଙ୍କ ପାଖରେ ଟଙ୍କାଟିଏ ନାହିଁ। ନିଜର ଘର ନାହିଁ, ଭଡ଼ା ଘରେ ରହୁଛନ୍ତି। ବିଜୁ ସ୍ବାସ୍ଥ୍ୟ କାର୍ଡରେ ଯେତିକି ପଇସା ଥିଲା ସବୁ ଖର୍ଚ୍ଚ ହୋଇସାରିଛି। ଏବେ ପୁଅର ଅପରେସନ ପାଇଁ ୬ଲକ୍ଷ ଟଙ୍କା ଆବଶ୍ୟକ। ଆଗୁଆ ୫୦ ହଜାର ଡିପୋଜିଟ୍ କଲେ ଅପରେସନ ହେବ ବୋଲି ଡ଼ାକ୍ତର କହିଛନ୍ତି। ଦାଦନ ଖଟୁଥିବା ବାପା ସୁରେଶ ବେହେରାଙ୍କ ପାଖରେ ସେତକ ବି ନାହିଁ। ତେଣୁ ଭାଗ୍ୟକୁ ଆଦରି ପୁଅକୁ ଘରେ ରଖି ଅବଶୋଷର ନିଆଁରେ ଜଳୁଛନ୍ତି ବାପା-ମାଆ ଦୁହେଁ।

ଆକାଶ ନବମ ଶ୍ରେଣୀର ଛାତ୍ର। ଦିନେ ଖେଳିବା ସମୟରେ ଗୋଡ଼ରେ ଆଘାତ ଲାଗିଲା। ଯନ୍ତ୍ରଣା ହେବାରୁ ବାପା ବ୍ରହ୍ମପୁର ଏମ୍‌କେସିଜି ନେଇଥିଲେ। ସେଠାରେ ଆକାଶଙ୍କୁ କ୍ୟାନ୍ସର ବୋଲି ଜଣାପଡ଼ିବା ପରେ ସୁରେଶଙ୍କ ପାଦତଳୁ ମାଟି ଖସିଗଲା। ପୁଅକୁ ଭଲ କରିବା ପାଇଁ ଭୁବନେଶ୍ୱରର ଘରୋଇ ହସ୍ପିଟାଲକୁ ନେଲେ। ଡାକ୍ତର କହୁଛନ୍ତି, ଅପରେସନ ଆବଶ୍ୟକ। ସେଥିପାଇଁ ଏସବେ ସେ ବୁଲିବୁଲି ସହାୟତା ମାଗୁଛନ୍ତି।

କଅଁଳ ବୟସରେ କର୍କଟ ରୋଗ ଜୀବନରେ ଯନ୍ତ୍ରଣା ଭରି ଦେଇଛି। ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି ଆକାଶଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେଲେ ଛୋଟ ପିଲାଟିର ଜୀବନ ବଞ୍ଚିଯାଇପାରନ୍ତା। ସେ ପୁଣି ପାଠପଢ଼ି ସୁସ୍ଥ ଜୀବନ ବଞ୍ଚିପାରନ୍ତା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe