କନକ ବ୍ୟୁରୋ : ମୟୂରଭଞ୍ଜର କପ୍ତିପଦା ବ୍ଲକ ବଡ଼ଖଲାଡ଼ି ପଞ୍ଚାୟତରେ ରହିଛି ମାଆ ଟାଙ୍ଗରାଶୁଣି ପୀଠ। ଭୂପୃଷ୍ଠରୁ ପ୍ରାୟ ୯ଶହ ଫୁଟ ଉଚ୍ଚତାରେ ପାହାଡ଼ ଉପରେ ପୂଜା ପାଉଛନ୍ତି ମାଆ। କୁହନ୍ତି ମାଆଙ୍କ ପାଖେ ମାନସିକ କଲେ ପୂରଣ ହୁଏ। ଯେଉଁଠି ଥାଇ ବି ଡାକିଲେ ଓ କରନ୍ତି। ସେଥିପାଇଁ ତ କାହିଁ କେତେ ଦୂରରୁ ମାଆଙ୍କ ପାଖକୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ। ମକର ସଂକ୍ରାନ୍ତି ଅବସରରେ ମାଆଙ୍କ ପୀଠରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି। ମାଆଙ୍କ ପାଖେ ଏକ ସ୍ୱତନ୍ତ୍ର ପୂଜା ମଧ୍ୟ କରାଯାଇଛି।
ଭକ୍ତଙ୍କ ଭିଡ଼ ଭିତରେ ମାଆଙ୍କ ପାଖରେ ବଳି ପଡ଼ିଥାଏ। ପରମ୍ପରା ଓ ବିଶ୍ୱାସ ଆଗରେ ଆଇନ୍ କାନୁନକଟକଣା କିଛି ମାନେ ରଖେନା। ପାହାଡ଼ ଚଢି ମାଆଙ୍କ ପାଖରେ ପହଞ୍ଚୁଥିବା ମାନସିକଧାରୀ ବିଶ୍ୱାସର ବଳି ଦେଇଥାନ୍ତି। ଗୋଟିଏ ଦିନ ମେଳା ପାଇଁ ନାହିଁ ନଥିବା ଭିଡ଼ ଲାଗିଥାଏ। କପ୍ତିପଦା ସମେତ ଉଦଳା, ବାଲେଶ୍ୱର, କେନ୍ଦୁଝରରୁ ଭକ୍ତଙ୍କ ସୁଅ ଛୁଟିଥାଏ।
ମକର ମେଳା ପାଇଁ ପୀଠରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି। ତଥାପି ଭିଡ଼ ନିୟନ୍ତ୍ରଣ ପାଇଁ ଦରାକାର ପଡ଼େନି ପୋଲିସ ପ୍ରଶାସନର ସହାୟତା। ମାଆ ଟାଙ୍ଗିରାଶୁଣୀଙ୍କ ମହିମାରୁ ସମସ୍ତେ ଅତି ଶୃଙ୍ଖଳାର ସହ ଦର୍ଶନ କରି ଘରକୁ ଫେରନ୍ତି।