କନକବ୍ୟୁରୋ : ବିଶ୍ୱପ୍ରସିଦ୍ଧ ବ୍ୟାଣ୍ଡ କୋଲ୍ଡପ୍ଲେର ଏକ କନସର୍ଟରେ ଘଟିଥିବା ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବୁଧବାର ମାସାଚୁସେଟ୍ସର ଜିଲେଟ ଷ୍ଟାଡିୟମରେ ଆୟୋଜିତ ଏହି କନସର୍ଟରେ ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବାୟରନ ଏବଂ କମ୍ପାନୀର ଚିଫ ପିପୁଲ ଅଫିସର କ୍ରିଷ୍ଟିନ କାବୋଟଙ୍କୁ “କିସ କ୍ୟାମ”ରେ ଏକାଠି ଘନିଷ୍ଠ ମୁହୁର୍ତରେ ଦେଖାଯାଇଥିଲା, ଯାହା ସେମାନଙ୍କ ସମ୍ପର୍କ ନେଇ ଚର୍ଚ୍ଚା ସୃଷ୍ଟି କରିଛି ।

Advertisment

ଏଥିସହ  ପତ୍ନୀଙ୍କୁ ଘରେ ଛାଡ଼ି ପ୍ରେମିକା ସହ କନସର୍ଟ ଯାଇଥିଲେ ଆଷ୍ଟ୍ରୋନୋମର ସିଇଓ ।  ଧରାଇ ପକାଇଦେଲା ଷ୍ଟାଡିୟମରେ ଲାଗିଥିବା କ୍ୟାମେରା  । ବୋଷ୍ଟନରେ ଘଟିଛି ଏହି ଘଟଣା  ।  କୋଲ୍ଡପ୍ଲେ କନସର୍ଟ ସମୟରେ ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବାଇରନ୍ ଏବଂ କମ୍ପାନିର ଏଚ୍ଆର୍ ମୁଖ୍ୟ କ୍ରିଷ୍ଟିନ୍ କାବୋଟଙ୍କ ଏକ ଭିଡିଓ କ୍ଲିପ୍ ଏବେ ଖୁବ ଭାଇରାଲ ହେବାରେ ଲାଗିଛି  । 

ଏହି ଭିଡିଓ ଭାଇରାଲ୍‌ ହେବା ପରେ ‌ଏବେ ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବାଇରନଙ୍କୁ ଛୁଟି‌ରେ ପଠାଯାଇଛି  ।  ଏହି ସମୟରେ ସହ-ପ୍ରତିଷ୍ଠାତା ଏବଂ ମୁଖ୍ୟ ଉତ୍ପାଦ ଅଧିକାରୀ ପିଟ୍ ଡିଜୋୟଙ୍କୁ ଅନ୍ତରୀଣ ସିଇଓ ନିଯୁକ୍ତି ଦିଆଯାଇଛି ବୋଲି କମ୍ପାନି ପକ୍ଷରୁ ଶନିବାର ଘୋଷଣା ହୋଇଛି  ।