ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଆନ୍ତ ବିଜିନେସ ସ୍କୁଲ ଓପନ ଡୋରବ୍ୟାଡମିଣ୍ଟନ ପ୍ରତିଯୋଗିତା " ସଟଲ ସ୍ମାଶର୍ସ-୨୦୨୪" ଆୟୋଜିତ ।

Advertisment
33333

କନକ ବ୍ୟୁରୋ: ଓଡିଶାର ଅଗ୍ରଣୀ ମ୍ୟାନେଜମେଣ୍ଟ ଶିକ୍ଷା ଅନୁଷ୍ଠାନ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ତରଫରୁ ଏକ ଆନ୍ତ ବିଜିନେସ ସ୍କୁଲ ଓପନ ଜୋର ବ୍ୟାଡମିଣ୍ଟନ ପ୍ରତିଯୋଗିତା “ ସଟଲ ହାସ-୨୦୭୪" ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀ ପଞ୍ଚମୁଖୀ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ ରୋଟାରିୟାନ ବିଜୟ କୁମାର ପାତ୍ର ଏହି ପ୍ରତିଯୋଗିତାକୁ ଉଦଘାଟନ କରି ଏକ ସୁସ୍ଥ ସମାଜ ଗଠନରେ ଛାତ୍ର ଛାତ୍ରୀ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ସଦା ସର୍ବଦା ଖେଳକୁଦ ଏକ ଛାତ୍ରର ମାନସିକ ଏବଂ ଶାରୀରିକ ଗଠନ ଦିଗରେ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତ ବ୍ୟକ୍ତ କରିଥିଲେ । ଦୁଇ ଦିନ ବ୍ୟାପି ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ପଚାଶରୁ ଉଦ୍ଧ ମ୍ୟାନେଜମେଣ୍ଟ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଥିଲେ । ସେହିପରି ଦ୍ଵିତୀୟ ଦିବସରେ କର୍ପୋରେଟ କ୍ଷେତ୍ରରୁ ୬୦ରୁ ଉର୍ଦ୍ଧ୍ୱ ଟିମ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପୁରୁଷ ବିଭାଗର ବିଜେତା ଏବଂ ଉପ ବିଜେତା ଙ୍କୁ ଯଥାକ୍ରମେ ୧୦୦୦୦ ଏବଂ ୫୦୦୦ ଟଙ୍କା ସହିତ ଟ୍ରଫି ଏବଂ ମାନପତ୍ର କରାଯାଇଥିଲା ।

ସେହିପରି ମହିଳା ବିଭାଗର ବିଜେତା ଏବଂ ଉପ ବିଜେତା କୁ ଯଥାକ୍ରମେ ୭୦୦୦ ଏବଂ ୩୦୦୦ ଟଙ୍କା ସହିତ ଟ୍ରଫି ଏବଂ ମାନପତ୍ର କରାଯାଇଥିଲା । କର୍ପୋରେଟ ଭିଭାଗର ବିଜେତା ଏବଂ ଉପ ବିଜେତା ଙ୍କୁ ଟ୍ରଫି ଏବଂ ମାନପତ୍ର ସହିତ ଆକର୍ଷଣୀୟ ପୁରସ୍କାର ମାନ ପ୍ରଦାନ କରାଯାଇଥିଲା । ସହଭାଗିତା ରୂପେ କର୍ପୋରେଟ ଜଗତର ସୁନାମଧନ୍ୟ କମ୍ପାନୀ ଯଥା ନାଲକୋ, ଏସ ଏସ Constructions, ଡକୋବି, ନାଇନ ଷ୍ଟ୍ରିଟ ଇଷ୍ଟେଟ, ସ୍ଵସ୍ତିକ ଇଞ୍ଜିନିଅରିଂ, ପଦ୍ମାଳୟା, ମାଇକ୍ରୋ ଗାର୍ମେୟ, ୱାର୍ଲଡ ଗାଇକ ଫର୍ନିଚିତ, କୃପା ଇନ୍ଫୋଟେଲ ପରି ୨୫ ରୁ ଉଦ୍ଧି କମ୍ପାନୀ ଯୋଗ ଦେଇଥିଲେ । ମିଡ଼ିଆ ସହଭାଗିତା ଭାବରେ ବିଜନେସ ଷ୍ଟାଣ୍ଡାର୍ଡମ, ଅର୍ଗସ ନିଉଜ ଏବଂ ସମ୍ବାଦ ଡିଜିଟାଲ ରହିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଏବଂ ସମ୍ପାଦକ ଡଃ. ବଙ୍କିମ ମହାନ୍ତି ସ୍ଵାଗତ ଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଖେଳର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଫେସର ଡଃ. ଶର୍ମିଲା ସୁବ୍ରମର୍ଣ୍ଣିୟମ ଛାତ୍ରଛାତ୍ରୀ ମାନକୁ ଏହି ପ୍ରତିଯୋଗିତାର ଗୁରୁତ୍ୱ ବିଷୟରେ ସୂଚନା ଦେଇଥିଲେ ।

ଉଦଯାପନୀ ଉତ୍ସବ ରେ ନାଲକୋର ପ୍ରୋଜେକ୍ଟ ଏବଂ ଟେକ୍ନିକାଲ ଡ଼ାଇରେକ୍ଟର ଜଗଦୀଶ ଆରୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିବା ସହ କ୍ରୀଡା କ୍ଷେତ୍ର ରେ ଏଭଳି ପ୍ରୟାସ କରିଥିବାରୁ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ କୁ ଭୁଇୟସି ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରୋଟାରି କ୍ଲବ ଭୁବନେଶ୍ୱରର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞଶୀଷ ମହାପାତ୍ର ଉତ୍ତମ ସ୍ୱାସ୍ଥ୍ୟ ପାଇଁ କ୍ରୀଡାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପରିଶେଷରେ ପ୍ରଫେସର ସତ୍ୟନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାକୁ ପ୍ରଫେସର ନୀଳାଶିଣ ମହାନ୍ତି, ପ୍ରଫେସର ଦୀପନ କୁମାର ଜେନା, ପ୍ରଫେସର ଏମ.ଡି. ଆସିଫ ଖାନ, ପ୍ରଫେସର ଅନନ୍ୟା ସ୍ଵାଇଁ, ପ୍ରଫେସର ପ୍ରମିତ ଚନ୍ଦ୍ର ରାଉତ, ପ୍ରଫେସର ମନୋଜ କୁମାର ବେହେରା ଏବଂ ପ୍ରଫେସର କାଳୀ ପ୍ରସାଦ ଶତପଥୀ ପ୍ରମୁଖ ପରିଚାଳନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe