କନକ ବ୍ୟୁରୋ; ଆସୁଛି ବଡ଼ ଧରଣର ବିପଦ । ଆକାଶ ମାର୍ଗରୁ ପୃଥିବୀକୁ ମାଡିଆସୁଛି ଏକ ଦାନବ ରୂପି ବଡ଼ ଧରଣର ଉଲ୍କାପିଣ୍ଡ । ପୃଥିବୀ ପୃଷ୍ଠରେ ସୃଷ୍ଟି କରିପାରେ ଧ୍ବଂସ । ଆସୁଥିବା ବିପଦକୁ ଦୃଷ୍ଟିରେ ରଖି ନାସା ତରଫରୁ ସତର୍କତା ଜାରି କରାଯାଇଛି । ଯାହା ଡରାଇ ଦେଇଛି ଲୋକଙ୍କୁ । ନାସାର କହିବାନୁଯାୟୀ ୧୦୦ ଫୁଟ ଚଉଡା ଏଷ୍ଟ୍ରୋଏଡ୍ ୨୦୨୫ QV9 ପୃଥିବୀ ଆଡକୁ ମାଡ଼ି ଆସୁଛି । କି ଧ୍ବଂସଲିଳା ସୃଷ୍ଟି କରିବ ତାହା କହିବା ମୁସ୍କିଲ । ତେବେ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ, କିଛି ବଡ଼ ଧରଣର ବିପଦ ନାହିଁ । ତଥାପି କିଛି କହିହେବନି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହି ଆଷ୍ଟ୍ରୋଏଡ୍ ଏକ ବିଶାଳକାୟ ପଥର ପରି । ଏହି ଫଥର ରାକ୍ଷସ ହୋଇ କ୍ଷିପ୍ର ଗତିରେ ମାଡି ଆସୁଛି ପୃଥିବୀକୁ । ଯେଁଥିପାଇଁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ଆକାଶରେ ଝଲସୁଥିବା ତାରାଗୁଡ଼ିକ ଲୋକଙ୍କୁ ଆକର୍ଷିତ କରିଥାନ୍ତି । ରାତିରେ ନିରୋଳାରେ ଠିଆ ହୋଇ ଯେତେବେଳେ ନିର୍ମଳ ଆକାଶକୁ ଚାହିଁ ତାରା ମାନଙ୍କୁ ହସୁଥିବାର ଦେଖିଥାଉ ଭାରି ଖୁସି ଲାଗେ । କିନ୍ତୁ ଯେତେବେଳେ ଏକ ବିଶାଳ ପଥର ଭଳି ବସ୍ତୁ ଆକାଶରୁ ପୃଥିବୀ ଆଡକୁ ଗତି କରିବାର ଖବର ଆସୁଛି ଏହା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିବ ନିଶ୍ଚିତ । ତେବେ ଏହି ପଥର ଅନ୍ତରିକ୍ଷରେ ଘଣ୍ଟା ପ୍ରତି ପ୍ରାୟ ୧୦,୩୧୯ ମାଇଲ ବେଗରେ ଗତି କରୁଛି । ଏହା ଶୁଣିବା ପରେ ଚିନ୍ତା କରିବା ସ୍ୱାଭାବିକ । କିନ୍ତୁ ଏପଟେ ବୈଜ୍ଞାନିକମାନେ କହିଛନ୍ତି ଯେ ବର୍ତ୍ତମାନ ପୃଥିବୀ ପ୍ରତି କୌଣସି ବିପଦ ନାହିଁ ।
ଏହି ଉଲ୍କାପିଣ୍ଡ ଉପରେ ନଜର ରଖିଛନ୍ତି ବୈଜ୍ଞାନିକ । ଯଦିଓ ଏହା ପୃଥିବୀ ପାଇଁ ବିପଦ ନୁହେଁ ତଥାପି ବୈଜ୍ଞାନିକମାନେ ପ୍ରତ୍ୟେକ ଗତିଶୀଳ ପିଣ୍ଡ ଉପରେ ନଜର ରଖିଛନ୍ତି । ଏହାର କାରଣ ଯଦି ଭବିଷ୍ୟତରେ ଏହାର କକ୍ଷପଥରେ ସାମାନ୍ୟ ପରିବର୍ତ୍ତନ ହୁଏ, ତେବେ ଏହାର ପଥ ପରିବର୍ତ୍ତନ ହୋଇପାରେ । ଏହି କାରଣରୁ ନାସା, ESA ଏବଂ ଅନ୍ୟାନ୍ୟ ମହାକାଶ ସଂସ୍ଥାଗୁଡ଼ିକ ନିରନ୍ତର ଏହା ଉପରେ ଉପରେ ନଜର ରଖନ୍ତି ।
ସାଧାରଣତଃ ଛୋଟ ଛୋଟ ଉଲ୍କାପିଣ୍ଡ ବା ବ୍ରହ୍ମାଣ୍ଡୀୟ ପଥର ଖଣ୍ଡଗୁଡ଼ିକ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଜଳି ଯାଇଥାନ୍ତି ଏବଂ ଏଥିରୁ କୌଣସି କ୍ଷତି ହୁଏ ନାହିଁ। କିନ୍ତୁ ଯଦି ଏହିପରି ଏକ ବଡ଼ ଆକାରର ଉଲ୍କାପିଣ୍ଡ ପୃଥିବୀରେ ଆଘାତ କରେ, ତେବେ ଏହା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇବାର ସମ୍ଭାବନା ରହିଛି। ବିଶେଷ କରି, ଯଦି ଏହା କୌଣସି ଜନବହୁଳ ଅଞ୍ଚଳ କିମ୍ବା ସମୁଦ୍ରରେ ପଡ଼େ, ତେବେ ଏହା ସୁନାମି କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି କରିପାରେ । ତେବେ ନାସାର ଏହି ସତର୍କ ଉପରେ ସତରେ ଆତଙ୍କିତ ଲୋକେ ..
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/12/nasa-2025-09-12-15-37-38.jpg)