କନକ ବ୍ୟୁରୋ : ଫୃଥିବୀକୁ ଧକ୍କା ଦେବାକୁ ଯାଉଛି ଏକ ଶକ୍ତିଶାଳୀ ଉଲକାପିଣ୍ଡ । ଏହାର ପ୍ରଭାବ ଏତେ ଶକ୍ତିଶାଳୀ ଯେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ଧ୍ବଂସ ହେବା ନେଇ ଆଶଙ୍କା ବଢିଛି । ଏପରି ଖବର ଦେଇଛନ୍ତି ବିଶ୍ବର କିଛି ଅନେକ ଅନ୍ତରିକ୍ଷ ଅନୁସନ୍ଧାନ ଏଜେନ୍ସି । ଏସମ୍ପର୍କରେ ଅନ୍ତରିକ୍ଷ ଅନୁସନ୍ଧାନ ଏଜେନ୍ସିଙ୍କ କହିବାନୁଯାୟୀ, ଆଜିକୁ ପାଖାପାଖି ୭ ବର୍ଷ ପରେ ମହାକାଶରୁ ପୃଥିବୀ ପ୍ରତି ଏକ ବଡ଼ ବିପଦ ଆସିବାର ସମ୍ଭାବନା ରହିଛି । ବିଶ୍ବରେ ଥିବା ଅନ୍ତରିକ୍ଷ ଅନୁସନ୍ଧାନ ଏଜେନ୍ସି ମାନେ ଏହି ବିପଦର ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ନାସା ହେଉ କି ଚୀନ୍ ଏହି ବିପଦକୁ ମୁକାବିଲା କରିବା ପାଇଁ ସୁରକ୍ଷାବଳଙ୍କୁ ମଧ୍ୟ ପ୍ରସ୍ତୁତ କରୁଛନ୍ତି ।
କୁହାଯାଉଛି ୨୦୩୨ରେ ପୃଥିବୀକୁ ଧକ୍କା ଦେବ ଉଲକାପିଣ୍ଡ । ଏପର୍ଯ୍ୟନ୍ତ ଫୃଥିବୀରେ ଉଳକାପିଣ୍ଡ ପଡିବାର ବିପଦ କମ ଅଛି । କିନ୍ତୁ ଯଦି ଏହା ସତ ହୁଏ ତେବେ କ୍ଷତି ବହୁତ ହୋଇପାରେ । ଉଲକାପିଣ୍ଡ ଧକା ଦବାର ସୂଚନା ପ୍ରଥମେ କେଉଁଠାରୁ ସାମ୍ନାକୁ ଆସିଲା ? ଏହାର ବିପଦ କେତେ ସାଙ୍ଘାତକ ? ଯଦି ଉଲକାପିଣ୍ଡ ପୃଥିବୀ କୁ ଧକା ଦିଏ କେଉଁ କେଉଁ ଦେଶରେ ଏହା ବ୍ୟାପକ ଧ୍ବଂସଲିଳା ସୃଷ୍ଟି କରିବ ?
YR4 ଉଲକାପିଣ୍ଡ ର ପୁରା ନାମ ୨୦୨୪ରେ ରଖାଯାଇଥିଲାୁ । ଏହି ଉଲକାପିଣ୍ଡକୁ ଅପୋଲୋ-ଟାଇମ୍ ଭାବେ ଚିହ୍ନଟ କରାଯାଇଥିଲା । ଯେତେବେଳ ଆଟଲାସ ଦ୍ବାରା ଏହି ଉଲକାପିଣ୍ଡକୁ ନେଇ ଚେତାବନୀ ଜାରି କରାଗଲା ସେତେବଳେ ସାରା ବିଶ୍ବର ଅନ୍ତରିକ୍ଷ ଏଜେନ୍ସି ମାନଙ୍କରେ ହଇଚଇ ସୃଷ୍ଟି ହୋଇଥିଲା।
YR4 ର ବିପଦ କେତେ ସାଙ୍ଘାତିକ ?
ବର୍ତ୍ତମାନ ଏହା ପୃଥିବୀଠାରୁ ପାଖାପାଖି ୬.୫ କୋଟି କିଲୋମିଟର ଦୂରରେ ରହିଛି । କିନ୍ତୁ ଏହା ଖୁବ୍ ଦୃତ ଗତିରେ ଆଗକୁ ବଢିବାରେ ଲାଗିଛି । YR4 ର ବର୍ଦ୍ଧିତ ବିପଦକୁ ଜେମ୍ସ ୱେବ୍ ଟେଲିସ୍କୋପ୍ ସାହାଯ୍ୟରେ ଲଗାତାର ନଜର ରଖାଯାଇଛି । ଏବଂ ଏହା ପରିବର୍ତ୍ତନ କରୁଥିବା କକ୍ଷପଥକୁ ବୁଝିବା ଏବଂ ଭବିଷ୍ୟତରେ ଏହାର କେତେ ପ୍ରଭାବ ପକାଇବ ତାର ପରିକ୍ଷା ମଧ୍ୟ ଚାଲିଛି । ସବୁଠାରୁ ଚକିତ କଲାପରି କଥା ଏହା ଯେ ଏହି ଉଲକାପିଣ୍ଡ ପରିବର୍ତ୍ତନନ କରୁଥିବା କକ୍ଷପଥ ଉପରେ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜେମ୍ସ ୱେବ୍ ଟେଲିସ୍କୋପରେ ଦୃଶ୍ୟମାନ ହେବ ।
ଏହା ପରେ ଆଉ ଦୃଶ୍ୟମାନ ହେବ ନାହିଁ । କାରଣ ଏପ୍ରିଲ ଶେଷ ଆଡକୁ ଏହା କକ୍ଷପଥରୁ ଦୂରେଇ ଯାଇଥିବ ଯାହାଦ୍ବାରା ଉଲକାପିଣ୍ଡକୁ ଟ୍ରାକ କରିବା ସମ୍ଭବ ହେବ ନାହିଁ । ମହାକାଶ ସଂସ୍ଥାଗୁଡ଼ିକର ଆକଳନ ଅନୁଯାୟୀ, YR4 ଜୁନ୍ 2028 ପର୍ଯ୍ୟନ୍ତ କୌଣସି ଟେଲିସ୍କୋପ୍ ଦ୍ୱାରା ଦୃଶ୍ୟମାନ ହେବନି । ଏହାର ଅର୍ଥ ହେଉଛି ପ୍ରାୟ 38 ମାସ ପର୍ଯ୍ୟନ୍ତ ବୈଜ୍ଞାନିକମାନେ କେବଳ ଆକଳନ ଆଧାରରେ ଉଲକାପିଣ୍ଡକୁ ଟ୍ରାକ୍ କରିବେ ।
ନାସା ଅନୁସାରେ, ଯଦି ଉଲକାପିଣ୍ଡ ଧକ୍କା ସତ୍ୟ ହୁଏ ତେବେ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଦକ୍ଷିଣ ଏସିଆ, ଆରବ ସାଗର, ଆଟଲାଣ୍ଟିକ ମହାସାଗର କିମ୍ବା ଆଫ୍ରିକାର କିଛି ଅଂଶକୁ ପ୍ରଭାବିତ କରିପାରେ । ତେବେ ସବୁଠାରୁ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ, ପାକିସ୍ତାନ, ବାଂଲାଦେଶ ଅନ୍ତର୍ଭୁକ୍ତ । ତେବେ ଏହି ଖବର ଜାତୀୟ ଗଣମାଧ୍ୟମରେ ଖବ୍ ଚର୍ଚ୍ଚା ହେଉଛି ।