କନକ ବ୍ୟୁରୋ: ଦେଶର ନୂଆ ଉପରାଷ୍ଟ୍ରପତି
କୋଟି କୋଟି ମୂଲ୍ୟ ସମ୍ପତ୍ତିର ମାଲିକ
ହେଲେ ପାଖରେ ନାହିଁ ଖଣ୍ଡେ ବାଇକ୍ କି କାର୍
ଭାରତର ନୂଆ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ୍ । ୟା ଭିତରେ ତାଙ୍କୁ ନେଇ ଅନେକ ଅଜଣା ଖବର ସାମ୍ନାକୁ ଆସୁଛି ତାଙ୍କ ରାଜନୈତିକ ଯାତ୍ରାଠୁ ଆରମ୍ଭ କରି ବିଜନେସ୍ ୱାର୍ଲ୍ଡ … ଏସବୁ ନେଇ ରହିଛି ଅଜଣା ଆଉ ରୋଚକ ତଥ୍ୟ । ତାଙ୍କ ସମ୍ପତ୍ତି ତାଲିକାକୁ ନେଇ ମିଳିଥିବା ତଥ୍ୟ ଏବେ ଖବର ସାଉଁଟୁଛି ।
ସିପି ରାଧାକ୍ରିଷ୍ଣନଙ୍କ ରାଜନୈତିକ କ୍ୟାରିୟର ଲମ୍ବା ଓ ପ୍ରଭାବଶାଳୀ ରହିଆସିଛି । ସେ ଆରମ୍ଭରୁ ହିଁ ଆରଏସଏସ ଓ ବିଜେପି ସହ ଜଡ଼ିତ ରହିଛନ୍ତି ।
ପେସାରେ ବିଜନେସମ୍ୟାନ୍ ରାଧାକ୍ରିଷ୍ଣନ କୋଟି କୋଟି ମୂଲ୍ୟ ସମ୍ପତ୍ତିର ମାଲିକ । ଯଦିଓ ତାଙ୍କର ବର୍ତ୍ତମାନର ସମ୍ପତ୍ତି ତାଲିକା ବାବଦରେ ସୂଚନା ମିଳିନାହିଁ କିନ୍ତୁ ୨୦୧୯ରେ ଲୋକସଭା ନିର୍ବାଚନ ପାଇଁ ସେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ:
ତାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମୂଲ୍ୟ- ୬୭ କୋଟି ୧୧ ଲକ୍ଷ , ୪୦ ହଜାର ୧୬୬ ଟଙ୍କା
ସେଥିରୁ ୭ କୋଟି ୩୧ ଲକ୍ଷର ନଗଦ ଟଙ୍କା, ବ୍ୟାଙ୍କ ବାଲାନ୍ସ, ବୀମା , ସେୟାର , ଆଭୂଷଣ ଆକାରରେ ଥିବାବେଳେ
୪୮ କୋଟିର କୃଷି ଭୂମି
୭ କୋଟି ୨୩ ଲକ୍ଷର ଅଣକୃଷି ଜାଗା ରହିଛି
ଏହାବ୍ୟତୀତ ୬ କୋଟି ୩୦ ଲକ୍ଷର ବ୍ୟବସାୟିକ କୋଠା
ଦେଢ଼ କୋଟିର ଆବାସିକ କୋଠା ରହିଛି
ଅନ୍ୟପଟେ ତାଙ୍କ ନାଁରେ ରହିଛି ୨ କୋଟି ୩୬ ଲକ୍ଷର ଲୋନ୍ ।
ଉପରାଷ୍ଟ୍ରପତି ହେବା ପୂର୍ବରୁ ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କୋଟିକୋଟି ଟଙ୍କାର ମାଲିକ ହୋଇବି ରାଧାକ୍ରିଷ୍ଣନଙ୍କ ପାରେ ନା କାର୍ କାର୍ ଅଛି ନା ଖଣ୍ଡେ ବାଇକ୍ । ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିବା ରାଧାକ୍ରିଷ୍ଣନ ଖୁବ୍ କମ୍ ବୟସରୁ ଜନସେବା କାମରେ ସାମିଲ ହୋଇଥିଲେ ।ମାତ୍ର ୧୬ ବର୍ଷରେ ସେ ଆରଏସଏସରେ ସାମିଲ ହୋଇଥିଲେ। ପରେ ଭାରତୀୟ ଜନସଂଘର କାର୍ଯ୍ୟକାରୀ ସମିତିର ସଦସ୍ୟ ହେଲେ । ୧୯୯୬ରେ ତାମିଲନାଡୁ ବିଜେପିର ସଚିବ ଭାବେ ନିଯୁକ୍ତ ହେଲେ । ୧୯୯୮ ଓ ୯୯ରେ ସେ କୋଏମ୍ବାଟୁରରୁ ଲୋକସଭା ସାଂସଦ ହୋଇଥିଲେ ।
ରାଜନୀତି ବ୍ୟତୀତ ଦେଶର ଜଣେ ଆଗଧାଡ଼ିର ଟେକ୍ସଟାଇଲ୍ସ ବିଜନେସମ୍ୟାନ ଭାବରେ ଜଣା ପିସି ରାଧାକ୍ରିଷ୍ଣନ୍ । ସ୍ପାଇସ୍ ଟେକ୍ସଟାଇଲ୍ସ, ଗୁହନ୍ ଟେକ୍ସଟାଇଲ୍ସ ମିଲ୍ସ, ପରାନି ସ୍ପିନିଙ୍ଗ ମିଲ୍ସର ମାଲିକ ରାଧାକ୍ରିଷ୍ଣନ୍ । ତେବେ ବ୍ୟବସାୟରେ ଯେକିତି ପ୍ରଭାବଶାଳୀ ରାଜନୀତିରେ ମଧ୍ୟ ସେତିକି ସକ୍ରିୟ ରାଧାକ୍ରିଷ୍ଣନ୍ ।