କନକ ବ୍ୟୁରୋ ; ଗିରଫ ହେଲେ ଭଂଜନଗର ଉପଖଣ୍ଡରେ ଥିବା ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ସ୍ୱାଇଁ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ପ୍ରସନ୍ନ କୁମାରଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଗତକାଲି ବାବୁଙ୍କ ୯ ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ୬ଟି ବହୁତଳ କୋଠା ସହ ୫ ଟି ପ୍ଳଟ୍, ୨୪ ଲକ୍ଷ ଜମା ଓ ୨୦୦ ଗ୍ରାମ୍‌ର ସୁନା ଜବତ ହୋଇଥିଲା। ଭଂଜନଗର ରେ ୨ କୋଟି ୩୦ଲକ୍ଷ ମୂଲ୍ୟର କୋଠା ରହିଥିବା ବେଳେ ବ୍ରହ୍ମପୁରରେ ପ୍ରାୟ ଅଢେଇ କୋଟିର କୋଠା ଠାବ କରିଥିଲା ଭିଜିଲାନ୍ସ ବିଭାଗ। ବାବୁ ଜଣକ ୨୦୦୩ ମସିହାରେ ଠିକା ନିଯୁକ୍ତି ପାଇଥିବା ବେଳେ ସେ ଦୀର୍ଘ ୧୫ ବର୍ଷ ହେବ ଭଂଜନଗର ଜଳସେଚନ ବିଭାଗରେ ରହି କାମ କରି ଆସୁଛନ୍ତି ।