ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ବାବୁଙ୍କ କୋଠା ଦେଖି ଟେରା ହୋଇଯିବ ଆଖି

Advertisment

କୁବେର ବାବୁଙ୍କ କୋଠା ସଉକ। ଭିଜିଲାନ୍ସ ଜାଲରେ ପଡ଼ିଥିବା ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ରାଜଉଆଁସ ଭଳି କୋଠା ରହିଛି।

କୁବେର ବାବୁଙ୍କ କୋଠା ସଉକ। ଭିଜିଲାନ୍ସ ଜାଲରେ ପଡ଼ିଥିବା ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ରାଜଉଆଁସ ଭଳି କୋଠା ରହିଛି।

f4rf

କନକ ବ୍ୟୁରୋ: କୁବେର ବାବୁଙ୍କ କୋଠା ସଉକ। ଭିଜିଲାନ୍ସ ଜାଲରେ ପଡ଼ିଥିବା ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ରାଜଉଆଁସ ଭଳି କୋଠା ରହିଛି।ବେଆଇନ ଭାବେ ସମ୍ପତି ଆହରଣ କରିଥିବା ଅଭିଯୋଗରେ ବାବୁଙ୍କ ଗୋଟି ଗୋଟି ପଇସାର ହିସାବ କରୁଛି ଭିଜିଲାନ୍ସ।  

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ । ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଯାଇଛି ଭିଜିଲାନ୍ସ ଟିମ୍‌ । ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ରହିଛି କୋଠା ସଉକ । ଚଢ଼ାଉ ବେଳେ ପ୍ରସନ୍ନଙ୍କର ୫ଟି ବଡ଼ ବଡ଼ କୋଠା ଘର ଥିବା ଜଣାପଡ଼ିଛି । ଭଂଜନଗର ଭେଜିପୁଟରେ ତିନି ମହଲା ବିଶିଷ୍ଟ ୨ଟି ଘର, ବ୍ରହ୍ମପୁର ତୁଳସୀନଗରରେ ୪ ମହଲା ବିଶିଷ୍ଟ ଘର ଓ ଭଂଜନଗରରେ ୩ ମହଲା କୋଠା ଠାବ ହୋଇଛି। ଏହାସହ ଭଂଜନଗର ଏନଏସିର ୬ ନମ୍ବର ୱାର୍ଡରେ ଏକ ନିର୍ମାଣଧିନ କୋଠା ରହିଛି। ଏହା ଦେଖିବା ପରେ ବାବୁଙ୍କ ଅମାପ ସମ୍ପତ୍ତିର ଆଭାସ ମିଳିଛି । ଏଠି ବଡ଼ ପ୍ରଶ୍ନ ଏତେ ସମ୍ପତ୍ତି କେଉଁଠୁ ଆଣିଲେ ପ୍ରସନ୍ନ ?

ପ୍ରସନ୍ନଙ୍କ ଘର ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରଛି ଭିଜିଲାନ୍ସ ଟିମ୍‌ । ସରକାରୀ କାର୍ୟ୍ୟାଳୟ, ସଂପର୍କୀୟଙ୍କ ଘର ଓ ପୈତୃକ ଗାଁ ଲୁଡୁଲୁଡିରେ ମଧ୍ୟ ଛାପା ମରାଯାଇଛି । କୋଠା ଠାବ ପରେ ଜାଗା ମାପଚୂପ କରାଯାଇଛି । ଏତେ ସମ୍ପତ୍ତି କେଉଁଠୁ ଆଣିଲେ ତାର ତଦନ୍ତ ଚାଲିଛି । ତେବେ ୨୪ ବର୍ଷ ଧରି ପ୍ରସନ୍ନ ଗୋଟିଏ ସ୍ଥାନରେ ଚାକିରି କରୁଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ସରକାରୀ ଅନୁଷ୍ଠାନରେ ଲାଭକ୍ଷତିର ହିସାବ ରଖାଯାଉ ନଥିବାରୁ ଦୁର୍ନୀତି ହେଉଥିବା କହିଛନ୍ତି ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀ ସୂର୍ୟ୍ୟମଣି ତ୍ରିପାଠି ।

ରାଜ୍ୟରେ ନୂଆ ସରକାର ଆସିବା ପରେ ଧରାପଡୁଛନ୍ତି ଜଣଙ୍କ ପରେ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ ୮୦ ଦିନରେ ଧରା ହେଲେଣି ୩୯ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଜବତ ହୋଇଛି ୫୦ କୋଟିରୁ ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe