କନକ ବ୍ୟୁରୋ : ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ମିଳିବ ସହାୟତା । ସମୀକ୍ଷା ବୈଠକ ପରେ କୃଷି ସଚିବ ଅରବିନ୍ଦ ପାଢୀଙ୍କ ସୂଚନା । ରାଜ୍ବସ ଓ କୃଷି ଅଧିକୀରୀଙ୍କ ମିିଳିତ ସହଯୋଗରେ କ୍ଷୟକ୍ଷତି ଗଣନା କରାଯିବ । ପ୍ରାଥମିକ ଆକଳନ ଅନୁସାରେ, ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।
କେଉଁ ଚାଷୀଙ୍କୁ ମିଳିବ କେତେ ସହାୟତା ?
- ପ୍ଲାଣ୍ଟେସନ୍ ଚାଷ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା ମିଳିବ ।
- ଆଗ୍ରୋ ଫରେଷ୍ଟ ପ୍ଲାଣ୍ଟେସନ୍ ଚାଷୀଙ୍କୁ ସର୍ବନିମ୍ନ ୨୫୦୦ ଟଙ୍କା ମିଳିବ ।
- ଅଧା ହେକ୍ଚର ଚାଷ ଜମି ନଷ୍ଟ ହୋଇଥିଲେ ୪୨୦୦ ଟଙ୍କା ମିଳିବ ।
- ଅଳ୍ପ କିଛି କ୍ଷତି ହୋଇଥିଲେ ଚାଷୀଙ୍କୁ ମିଳିବ ସର୍ବନିମ୍ନ ୧୦୦୦ ଟଙ୍କା ।
- ଜଳ ସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ୧୭,୦୦୦ ଟଙ୍କା ମିଳିବ ।
- ସେହି ଜମିରେ ଛୋଟ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2024/10/26/LduA9uPe0pM151TdSukY.jpg)