କନକବ୍ୟୁରୋ : ଶୀତକାଳୀନ ଅଧିବେଶନର ଆରମ୍ଭରୁ ଚାଲିପାରୁନି ବିଧାନସଭା। ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବି ହଙ୍ଗାମା। ସମ୍ବିଧାନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ବିଧାୟକ। ଫଳରେ ଗୃହକୁ ଦିନ ୪ଟା  ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।  ବିଧାନସଭାରେ ରହିଥିବା ସମ୍ବିଧାନର ମୁଖବନ୍ଧରେ ସିକ୍ୟୁଲାର ଏବଂ ସୋସିଆଲିଷ୍ଟ ଶବ୍ଦ ନାହିଁ । କିନ୍ତୁ ଗତକାଲି ସୁପ୍ରିମକୋର୍ଟରେ ଏହି ଶବ୍ଦ ରଖିବାକୁ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା ଏହି ସମ୍ବିଧାନକୁ ବଦଳାଇବାକୁ ଦାବି କରିଛି ବିରୋଧୀ ବିଜେଡି  ।  ଏହାକୁ ନେଇ ବିଧାନସଭାରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଏହା ପୂର୍ବରୁ ପ୍ରଶ୍ନକାଳରେ ମଧ୍ୟ ହୋହଲ୍ଲା କରିଥିଲେ ବିରୋଧୀ  । ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ଅନାହାର ମୃତ୍ୟୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିବା ସହ ପ୍ରବଳ ହଙ୍ଗାମା କରିଥିଲେ। ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ ବିରୋଧୀ  ।