ବିଧାନସଭାରେ ମୁହାଁମୁହିଁ ବିଧାୟକ- ମନ୍ତ୍ରୀ ; ’ଆଳୁ ମନ୍ତ୍ରୀ’ ସମ୍ବୋଧନ କରିବାରୁ ରାଗିଗଲେ ମନ୍ତ୍ରୀ ।  କହିଲେ , ପ୍ରଥମେ ବ୍ୟବହାର ଠିକ କରନ୍ତୁ ବିଧାୟକ

ବିଧାନସଭାରେ ମୁହାଁମୁହିଁ ବିଧାୟକ- ମନ୍ତ୍ରୀ ; ’ଆଳୁ ମନ୍ତ୍ରୀ’ ସମ୍ବୋଧନ କରିବାରୁ ରାଗିଗଲେ ମନ୍ତ୍ରୀ କହିଲେ, ପ୍ରଥମେ ବ୍ୟବହାର ଠିକ କରନ୍ତୁ ବିଧାୟକ ; ଧାନ କିଣାକୁ ନେଇ ଗୃହ ସରଗରମ

10ass

କନକ ବ୍ୟରୋ: ବିଧାନସଭାରେ ମୁହାଁମୁହିଁ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଓ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଧାନ କିଣାରେ ଅବ୍ୟବସ୍ଥା ସମ୍ପର୍କିତ ମୂଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଯୋଗାଣମନ୍ତ୍ରୀ କୃଷ୍ଣ ପାତ୍ରଙ୍କୁ ବାରମ୍ବାର ’ଆଳୁ ମନ୍ତ୍ରୀ’ ବୋଲି ସମ୍ବୋଧନ କରିବା ସହ ଧାନ କିଣା ପ୍ରସଙ୍ଗକୁ ନେଇ ମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ବିଧାୟକ ରାଜା ସ୍ବାଇଁ। 

ଖାଲି ଏତିକି ନୁହେଁ ବିଜେପିକୁ ଜୁମଲା ପାର୍ଟି କହି ସମାଲୋଚନା କରିଥିଲେ। ରଣେନ୍ଦ୍ର କହିଥିଲେ , ୨୦ତାରିଖରୁ ଧାନ କିଣା ଆରମ୍ଭ ହୋଇସାରିଥିବା ବେଳେ ଏବେ ସୁଦ୍ଧା ମାତ୍ର ୫ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି । ଅବ୍ୟବସ୍ଥା ପାଇଁ ମଣ୍ଡିରୁ ଧାନ ଉଠୁନି । ଅନେକ ସ୍ଥାନରେ ମଣ୍ଡି ଥିଲେ ବି ଚାଷୀଙ୍କୁ ଟୋକନ ମିଳୁନି।  ଚାଷୀଙ୍କୁ ସଚେତନତା କରିବା ପରିବର୍ତ୍ତେ ଭୟଭୀତ କରୁଛନ୍ତି ସରକାର। 

ଜବାବରେ ମନ୍ତ୍ରୀ କୃଷ୍ଣ ପାତ୍ର କହିଥିଲେ ବରିଷ୍ଠ ସଦସ୍ୟ ଏପରି କହିବା ଠିକ ନୁହେଁ। ପ୍ରଥମେ ସେ ନିଜ ଆଚରଣ ଠିକ କରନ୍ତୁ। ଅନେକ ସମୟରେ ଅନେକ ବିଜେଡି ସଦସ୍ୟ ଭିନ୍ନ ଭିନ୍ନ କଥା କହୁଛନ୍ତି। ବିଜେଡିକୁ ଚ୍ୟାଲେଞ୍ଜ କରି କୃଷ୍ଣ ପାତ୍ର କହିଛନ୍ତି, ଆଗାମୀ ୩୦ ବର୍ଷରୁ ଅଧିକ ସମୟ ଶାସନକୁ ଆସି ପାରିବ ନାହିଁ ବିଜେଡି । ଏବେ ନିର୍ବାଚନ ହେଲେ ୧୨୦ - ୧୪୦ ଆସନ ଜିତିବ ବୋଲି କହୁଛି ବିଜେଡି  କିନ୍ତୁ ୧୪ ଆସନ ଜିତି ପାରିବ କି ନାହିଁ ତାହା ସନ୍ଦେହ । ବିଜେଡି କ୍ଷମତା ବିନା ଛଟପଟ ହେଉଛନ୍ତି । ନବୀନ ସରକାର ଦିନରେ ଚାଷୀଙ୍କୁ ଲଣ୍ଠନ ଦେଖାଇ ଦେଲେ। ଏବେ ବିଜେପି ସରକାରଙ୍କୁ ଦୋଷ ଦେଉଛନ୍ତି। ବିଜେଡି ବିଧାୟକ ମାନେ ନିଜର ସଂଯମତା ରକ୍ଷା କରନ୍ତୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe