ବିରୋଧୀଙ୍କ ହୋହଲ୍ଲା ଭିତରେ ଚାଲିପାରୁନି ବିଧାନସଭା, ଚାଷୀ ପ୍ରସଙ୍ଗକୁ ଆଳ କରି ବିରୋଧୀଙ୍କ ହଟ୍ଟଗୋଳ

Advertisment

ଦିନ ସାଢ଼େ ୧୨ଟା ୫ ଯାଏଁ ଗୃହ ମୁଲତବୀ । ସେପଟେ ଆଇନଶୃଙ୍ଖଳା ଓ କୃଷି ମାରଣ ନୀତି ବିରୋଧରେ ବିଜେଡିର ଆନ୍ଦୋଳନ ।

ଦିନ ସାଢ଼େ ୧୨ଟା ୫ ଯାଏଁ ଗୃହ ମୁଲତବୀ । ସେପଟେ ଆଇନଶୃଙ୍ଖଳା ଓ କୃଷି ମାରଣ ନୀତି ବିରୋଧରେ ବିଜେଡିର ଆନ୍ଦୋଳନ ।

Odisha Assembly

Odisha Assembly Photograph: (KanakNews)

କନକ ବ୍ୟୁରୋ:  ୫ ଦିନ ଧରି ବିଧାନସଭା ଅଚଳ। ଚାଷୀ ପ୍ରସଙ୍ଗରେ ଗୃହ ଚଳାଇ ଦେଉନଥିବା ବିଜେଡି ଆଜି ବଡ଼ ଆନ୍ଦୋଳନ କରିବ । ମଙ୍ଗଳବାର କୃଷି ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇବ ଦଳ । ଲୋୟର ପିଏମଜିରେ ବିଶାଳ ପ୍ରତିବାଦ ସଭା କରି ରାଜ୍ୟ ସରକାରଙ୍କୁ ଘେରିବ ଦଳ। ୧୫ ଦିନରୁ ଅଧିକ ସମୟ ଧରି ଜିଲ୍ଲାସ୍ତରରେ ବିକ୍ଷୋଭ କରୁଥିବା ବିଜେଡି ଲୋୟର ପିଏଜମିରେ ହୁଙ୍କାର ଦେବ ।

ଅଧିକ ପଢନ୍ତୁ:ଦୀର୍ଘଦିନର ଦାବି ପୂରଣ : ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ନେତୃତ୍ବରେ ଆଜି ସହ ବଡ଼ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଜେଡି କହିଛି, ଚାଷୀ ହକ୍ ମାଗିଲେ ଗୁଣ୍ଡା ଲଗାଇ ପିଟୁଛି ଶାସକ ଦଳ। ଯାହାର ପ୍ରତିବାଦ କରିବ ଦଳ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe