କନକ ବ୍ୟୁରୋ: ୫ ଦିନ ଧରି ବିଧାନସଭା ଅଚଳ। ଚାଷୀ ପ୍ରସଙ୍ଗରେ ଗୃହ ଚଳାଇ ଦେଉନଥିବା ବିଜେଡି ଆଜି ବଡ଼ ଆନ୍ଦୋଳନ କରିବ । ମଙ୍ଗଳବାର କୃଷି ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇବ ଦଳ । ଲୋୟର ପିଏମଜିରେ ବିଶାଳ ପ୍ରତିବାଦ ସଭା କରି ରାଜ୍ୟ ସରକାରଙ୍କୁ ଘେରିବ ଦଳ। ୧୫ ଦିନରୁ ଅଧିକ ସମୟ ଧରି ଜିଲ୍ଲାସ୍ତରରେ ବିକ୍ଷୋଭ କରୁଥିବା ବିଜେଡି ଲୋୟର ପିଏଜମିରେ ହୁଙ୍କାର ଦେବ ।
ଅଧିକ ପଢନ୍ତୁ:ଦୀର୍ଘଦିନର ଦାବି ପୂରଣ : ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେତୃତ୍ବରେ ଆଜି ସହ ବଡ଼ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଜେଡି କହିଛି, ଚାଷୀ ହକ୍ ମାଗିଲେ ଗୁଣ୍ଡା ଲଗାଇ ପିଟୁଛି ଶାସକ ଦଳ। ଯାହାର ପ୍ରତିବାଦ କରିବ ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/24/odisha-assembly-2026-02-24-13-20-15.png)