ଆଜି ବିଧାନସଭା ଘେରାଉ କରିବ ବିଜେଡି : ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗ

ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ କରିବା ଏବଂ ହଡ଼ପ କରିବା ଅଭିଯୋଗରେ ଆଜି ବିଜେଡି ବିକ୍ଷୋଭ କରିବ । ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସାମିଲ ହେବେ ।

BJD

BJD Photograph: (KanakNews)

କନକ ବ୍ୟୁରୋ : ଆଜି ବିଧାନସଭା ଘେରାଉ କରିବ ବିଜେଡି । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ କରିବା ଏବଂ ହଡ଼ପ କରିବା ଅଭିଯୋଗରେ ଆଜି ବିଜେଡି ବିକ୍ଷୋଭ କରିବ । ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସାମିଲ ହେବେ । ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛି ବିଜେଡି । ବର୍ତ୍ତମାନର ସରକାର ଗଣତନ୍ତ୍ରକୁ ହତ୍ୟା କରି କର୍ମୀ ପୋଷିବା ଯୋଜନା କରୁଥିବା ବିଜେଡି ଅଭିଯୋଗ କରିଛି । ଯାହାକୁ ବନ୍ଦ କରିବାକୁ ଦଳ ଚେତାବନୀ ଦେଇଛି । ଯେମିତି କର୍ମୀମାନେ ଗୁଣ୍ଡାରାଜ, ଦାଦାବଟି ଓ ପିସି ଆଦାୟ କରିବେ ସେଥିପାଇଁ ସରକାର ବ୍ୟବସ୍ଥା କରୁଥିବା ବିଜେଡି ଅଭିଯୋଗ ଆଣିଛି । ଏହାକୁ ବିରୋଧ କରି ଆଜି ବିଜେଡି ନେତା ଓ କର୍ମୀମାନେ ବିଧାନସଭା ଘେରାଉ କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe