ଆଜି ବି ସରଗରମ ହେବ ବିଧାନସଭା : ଗୃହରେ ଦେଖିବାକୁ ମିଳିପାରେ ବିରୋଧୀଙ୍କ ହଟ୍ଟଗୋଳ

Advertisment

ଆଜି ବି ସରଗରମ ହେବ ବିଧାନସଭା। ଗୃହରେ ଦେଖିବାକୁ ମିଳିପାରେ ବିରୋଧୀଙ୍କ ହଟ୍ଟଗୋଳ। ଓଡ଼ିଆ ଅସ୍ମିତା ଏବଂ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହ କମ୍ପାଉଛନ୍ତି ବିରୋଧୀ

ଆଜି ବି ସରଗରମ ହେବ ବିଧାନସଭା। ଗୃହରେ ଦେଖିବାକୁ ମିଳିପାରେ ବିରୋଧୀଙ୍କ ହଟ୍ଟଗୋଳ। ଓଡ଼ିଆ ଅସ୍ମିତା ଏବଂ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହ କମ୍ପାଉଛନ୍ତି ବିରୋଧୀ

ASSEMBLY 15

Photograph: (KanakNews )

କନକବ୍ୟୁରୋ : ଆଜି ବି ସରଗରମ ହେବ ବିଧାନସଭା। ଗୃହରେ ଦେଖିବାକୁ ମିଳିପାରେ ବିରୋଧୀଙ୍କ ହଟ୍ଟଗୋଳ । ଓଡ଼ିଆ ଅସ୍ମିତା ଏବଂ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହ କମ୍ପାଉଛନ୍ତି ବିରୋଧୀ  । ଜୟନାରାୟଣଙ୍କ ମନ୍ତବ୍ୟ ବି ସୃଷ୍ଟି କରୁଛି ଝଡ଼  । ସୋମବାର ବିରୋଧୀଙ୍କ ହଟ୍ଟଗୋଳ ଭିତରେ ୩ ଥର ମୁଲତବୀ ହୋଇଛି ଗୃହକାର୍ଯ୍ୟ  । ଆଜି ମଧ୍ୟ ସମାନ ଅବସ୍ଥା ଦେକିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି  ।  ତେବେ ଗୃହକାର୍ଯ୍ୟ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକକୁ ଭରସା କରିଛନ୍ତି ବାଚସ୍ପତି । 

ସେପଟେ  ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ବିରୋଧ ପ୍ରଦର୍ଶନ । ଓଡ଼ିଶା ବିଭାଜନ ଚଳିବ ନାହିଁ ନାରା ଦେଇ ଜୟ ନାରାୟଣଙ୍କ ଘର ଆଗରେ ପ୍ରତିବାଦ କରିଛି ବିଜେଡି । କଳା ପତାକା ପ୍ରଦର୍ଶନ ସହ ଘରେ ପଶିବାକୁ ଉଦ୍ୟମ କରିଛନ୍ତି ବିଜେଡି ନେତା ଓ କର୍ମୀ । ଜୟଙ୍କ ଏହି ବୟାନ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ ବୋଲି କହିଛି ଦଳ ।

 ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଲା ବିଜେପି  ।  ହେଲେ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ବିଭାଜନ କରିବାକୁ ଷଡଯନ୍ତ୍ର କରୁଥିବା ବିଜେଡି ଅଭିଯୋଗ କରିଛି  ।  ରାଜ୍ୟ ବିଜେପି ସଭାପତି କି ମନ୍ତ୍ରୀ କେହି ଜଣେ ବି ଜୟ ନାରାୟଣଙ୍କ ମନ୍ତବ୍ୟକୁ ନେଇ କାହିଁକି ସ୍ପଷ୍ଟୀକରଣ ଦେଉନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି  ।

ପୋଲିସ ବିକ୍ଷୋଭକାରୀଙ୍କୁ ଉଠାଇନେବା ସହ ଜୟନାରାୟଣଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିଛି ।   ଏଥିସହ ଆଉ ଏକ ଘଟଣା ବିଧାନସଭାରେ ବିଧାୟକ ବାବୁ ସିଂ ସାଂଘାତିକ ଅଭିଯୋଗ କରିଛନ୍ତି ।  

ବାବୁ ସିଂହ କହିଛନ୍ତି,  ବିଜୁବାବୁଙ୍କ ବିଷୟରେ ଆଲୋଚନା ହୋଇଥାନ୍ତା  ।  ଆମେ ପ୍ରସ୍ତୁତ ଥିଲୁ  ।  ବିଜୁ ବାବୁଙ୍କ ଜୀବନଦ୍ଦଶାରେ ବିଜେଡି ବିଜୁ ବାବୁଙ୍କୁ ସମ୍ମାନ ଦେଇନାହଁ । ବିଜୁ ବାବୁଙ୍କୁ ନବୀନ ବାବୁ ଘୃଣା କରୁଥିଲେ ବୋଲି କହିଛନ୍ତି ବାବୁ ସିଂ ।   ସେ ଆହୁରି କହିଛନ୍ତି ,  ବିଜୁବାବୁଙ୍କ ହସ୍ପିଟାଲର ବିଲ୍ ୨୨ ଲକ୍ଷ ଟଙ୍କା ଦେବା ପାଇଁ ନବୀନ ବାବୁ ଲୁଚିଥିଲେ  ।  

ଦିଲ୍ଲୀପ ରାୟ ହସ୍ପିଟାଲ ରେ ବିଲ୍ ପେମେଣ୍ଟ କରିବା ପରେ ମରଶରୀର ବାହାରକୁ ଆସିଥିଲା  ।  ବିଜୁ ବାବୁଙ୍କ ଦଶାହରେ ନବୀନ ବାବୁ ନଣ୍ଡା ହେବାକୁ ରାଜି ହେଉନଥିଲେ। ତା ଙ୍କ ଭଉଣୀ ଏବଂ କିଛି ନେତା ଅନୁରୋଧ କରିବା ପରେ ନଣ୍ଡା ହୋଇଥିଲେ ।   ସେମାନେ ଆଜି ଅସ୍ମିତା କଥା ବିଜୁ ବାବୁଙ୍କ କଥା କହୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe