ବଜେଟ୍ ଅଧିବେଶନକୁ ନେଇ କଡା ହେଲେ ବାଚସ୍ପତି ; କହିଲେ ବର୍ଦାସ୍ତ କରାଯିବନି ବିଶୃଙ୍ଖଳା

ଫେବ୍ରୁଆରୀ ୧୩ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ। ଏହି ସମୟରେ ଗୃହରେ ଯେମିତି କୌଣସି ବିଶୃଙ୍ଖଳା ନହେବ, ତା ଉପରେ ଗୁରୁତ୍ବ ଦେଇଛନ୍ତି ବାଚସ୍ପତି । ଯାହାକୁ ନେଇ ତେଜିଛି  ରାଜନୈତିକ ବୟାନବାଜି । 

odisha assembly

odisha assembly Photograph: (kanaknews)

କନକ ବ୍ୟୁରୋ: ଆସନ୍ତା ଫେବ୍ରୁଆରୀ ୧୩ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ। ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ ଆଣିବେ ରାଜ୍ୟ ସରକାର । ବଜେଟ ଆଗତ ପରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । କିନ୍ତୁ ଏହି ସମୟରେ ଗୃହରେ ଯେମିତି କୌଣସି ବିଶୃଂଖଳା ନହେବ, ତା ଉପରେ ଗୁରୁତ୍ବ ଦେଇଛନ୍ତି ବାଚସ୍ପତି । ଯାହାକୁ ନେଇ ତେଜିଛି  ରାଜନୈତିକ ବୟାନବାଜି । 

ବିଧାନସଭା ଅଧିବେଶନ ଚାଲିଲେ ଆସେ ହଙ୍ଗାମାର ଦୃଶ୍ୟ । ଆଲୋଚନା ପାଇଁ ବହୁ ପ୍ରସଙ୍ଗ ଥାଇ ବି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଚାଲି ପାରେନି ଗୃହ । କିନ୍ତୁ ଏଥର ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନାଲିଆଖି ଦେଖାଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଚେତାବନୀ ଦେଇ କହିଛନ୍ତି, ଆଗାମୀ ଅଧିବେଶନରେ ସରକର ବଜେଟ ଉପସ୍ଥାପନ କରିବେ । ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଥିବ, ଗଠନ ମୂଳକ ପରାମର୍ଶ ଦେଲେ ଉପାଦେୟ ହେବ । ବିରୋଧୀମାନେ ବିଶୃଙ୍ଖଳା କଲେ ବରଦାସ୍ତ କରାଯିବ ନାହିଁ। 

ସୁରମାଙ୍କ ଏହି ବୟାନ ପରେ ଚିହିଁକି ଉଠିଛନ୍ତି ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଗୃହ ଚଳାଇବା ସରକାରଙ୍କ ଦାୟିତ୍ବ କହି କଟାକ୍ଷ କରିଛନ୍ତି। ଏଥିସହ ସେ ବାଚସ୍ପତି ଥିବା ସମୟରେ ତାଙ୍କୁ କେମିତି ବ୍ୟବହାର କରାଯାଉଥିଲା ସେକଥା ମନେ ପକାଇ ବର୍ତମାନର ସରକାର ଉପରେ ବର୍ଷିଛନ୍ତି। 

ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଜେଡି କହିଛି, ବିରୋଧୀ ଦଳଙ୍କୁ ଉପଯୁକ୍ତ ସମୟ ନଦେଲେ ହଟ୍ଟଗୋଳ ହେବ। କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ସରକାରଙ୍କ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିବା ବିରୋଧୀ ଦଳର କାର୍ୟ୍ୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe