କନକ ବ୍ୟୁରୋ : ବିଧାନସଭାରେ ସାର ତାତି । ଆଜି ବି ବିଧାନସଭାରେ ହଟ୍ଟଗୋଳ ହୋଇଛି । ପୂର୍ବାହ୍ଣରେ ମାତ୍ର ୪ ମିନିଟ ଚାଲିଥିଲା ଗୃହ । ଅପରାହ୍ଣ ଉପରେ ସମସ୍ତଙ୍କ ନଜର । ରାଜ୍ୟରେ ସାର ସଙ୍କଟ ନେଇ ବିରୋଧୀ ହଙ୍ଗାମା କରିବାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବି କରାଯାଇଥିଲା । ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନର ଗୃହ କାର୍ଯ୍ୟରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ । ପ୍ରଥମରୁ ଗୃହରେ ବିଜେଡି ସଦସ୍ୟମାନେ ସାର ପ୍ରସଙ୍ଗରେ ପ୍ଲା’କାର୍ଡ ଦେଖାଇ ନାରାବାଜି ସହ ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ଆରମ୍ଭରୁ ସାର ଅଭାବ ପ୍ରସଙ୍ଗ ଉଠାଇ ନାରା ବାଜି କରିଥିଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିଜେଡି ବିଧାୟକମାନେ ପ୍ରତିବାଦ କରିଥିଲେ । ସେପଟେ ନିଜ ନିଜ ଆସନରେ ଠିଆ ହୋଇ କଂଗ୍ରେସ ସଦସ୍ୟମାନେ ବି ପ୍ରତିବାଦ କରିଥିଲେ । ଫଳରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବି କରାଯାଇଥିଲା ।
ଆଜି ବି ବିଧାନସଭାରେ ହଟ୍ଟଗୋଳ : ପୂର୍ବାହ୍ଣରେ ଚାଲିଲା ମାତ୍ର ୪ ମିନିଟ, ଅପରାହ୍ଣ ଉପରେ ନଜର
ପୂର୍ବାହ୍ଣରେ ମାତ୍ର ୪ ମିନିଟ ଚାଲିଥିଲା ଗୃହ । ଅପରାହ୍ଣ ଉପରେ ସମସ୍ତଙ୍କ ନଜର । ରାଜ୍ୟରେ ସାର ସଙ୍କଟ ନେଇ ବିରୋଧୀ ହଙ୍ଗାମା କରିବାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବି କରାଯାଇଥିଲା ।
/kanak/media/media_files/2025/09/19/assembly-2025-09-19-16-30-47.jpg)