କନକ ବ୍ୟୁରୋ: ସ୍ମାର୍ଟ ହେବେ ବିଧାୟକ । ବିଧାନସଭା ହେଲା ପେପର ଲେସ୍ । ଏବେ ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ। ବିଧାନସଭାରେ ୧୪୭ ବିଧାୟକଙ୍କ ଆସନରେ ଲାଗିଲା ଟ୍ୟାବ । ଆଉ ପ୍ରଶ୍ନୋତ୍ତର କିମ୍ଭା କୌଣସି ପ୍ରସ୍ତାବ କାଗଜ ଜରିଆରେ କରିବେ ନାହିଁ ବିଧାୟକ। ନେଭା ତରଫରୁ ଏହି ବ୍ୟବସ୍ଥା କରାଯାଇଛି । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଏହାକୁ ଶୁଭରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ । ଏହା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ଦଳର ବିଧାୟକ ବୈଠକରେ ସାମିଲ ହୋଇଥିଲେ । ଗୃହକୁ ସୁପରିଚାଳନା ନେଇ ଆଲୋଚନା କରିବେ ବାଚସ୍ପତି । ଏଥର ଦୁଇଟି ପର୍ୟ୍ୟାୟରେ ହେବ ବଜେଟ୍ ଅଧିବେଶନ । ପ୍ରଥମ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୧ ତାରିଖ ପର୍ୟ୍ୟନ୍ତ ଚାଲିବ । ୧୭ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ସେହିପରି ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ୟ୍ୟନ୍ତ ଚାଲିବ ।
ସେହିପରି ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟ ଅଧିବେଶନ ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ। ରାଜ୍ୟର ବିକାଶ ଓ ଅଭିବୃଦ୍ଧିର ଚିତ୍ର ରଖିବେ। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିକଶିତ ଓଡିଶାର ନକ୍ସା ମଧ୍ୟ ରଖିବେ। ତା ପୂର୍ବରୁ ରାଜ୍ୟପାଳଙ୍କୁ ସାକ୍ଷତ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଗୃହ କାର୍ଯ୍ୟକୁ କିପରି ସୁଚାରୁ ଭାବେ ପରିଚାଳନା କରାଯିବ ସେନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବ ଦଳୀୟ ବୈଠକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/12/gJWbJdR4431yGGnvTqjB.jpg)