ବିଧାନସଭାରେ ପାରିତ ହେଲା ଜନପ୍ରତିନିଧି ଭତ୍ତା ଓ ପେନସନ୍ ବିଲ୍-୨୦୨୫, ଏବେ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ଟପିଲା ୩ ଲକ୍ଷ ଟଙ୍କା

Advertisment

ସେହିଭଳି ପୂର୍ବତନ ବିଧାୟକ ପେନସନ୍‌ ବାବଦକୁ ଏବେ ପାଇବେ ୮୦ ହଜାର ଟଙ୍କା । ଏକାଧିକ ଥର ନିର୍ବାଚିତ ହୋଇଥିଲେ ମିଳିବ ଅତିରିକ୍ତ ୩ ହଜାର । ଗସ୍ତ ଖର୍ଚ୍ଚ ବାବଦକୁ ମିଳିବ ମାସିକ ୧୨ ହଜାର । ଚିକିତ୍ସା ଖର୍ଚ୍ଚ ୨ ହଜାରରୁ ବଢ଼ି ୨୫ ହଜାର ମିଳିବ ।

mla

କନକ ବ୍ୟୁରୋ : ବଢିଲା ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ଏହି ପ୍ରସଙ୍ଗରେ ଶାସକ-ବିରୋଧୀ ଏକାଠି ହୋଇ ହଁ ଭରିଛନ୍ତି । ହେଲେ ଓଡ଼ିଶାବାସୀଙ୍କ ସ୍ବାର୍ଥ ପ୍ରସଙ୍ଗରେ ଶାସକ-ବିରୋଧୀଙ୍କ ମନ ମିଶିନି । ଅନେକଥର ହଟ୍ଟଗୋଳ ଓ ହୋ-ହାଲ୍ଲା ପାଇଁ ସାଧାରଣ ଲୋକଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ସମାଧି ନେଇଛି । 

ଅଧିକ ପଢ଼ନ୍ତୁ:ବଢିଲା ବିଧାୟକଙ୍କ ଦରମା: ଜାଣନ୍ତୁ, ଏବେ କେତେ ପାଇବେ ?

ସବୁ ଦର ବଢୁଛି, ଆମ ଦରମା ବଢାଅ। ଦୀର୍ଘ ଦିନ ଧରି ବିଧାନସଭାରେ ଏନେଇ ଦାବି କରି ଆସୁଥିଲେ ଜନପ୍ରତିନିଧି । ନୂଆ ସରକାର ଏ ଦାବିରେ ଏବେ ମୋହର ମାରିଛନ୍ତି । ବିଧାନସଭା ଜନପ୍ରତିନିଧି ଭତ୍ତା ଓ ପେନସନ୍ ବିଲ୍‌ ୨୦୨୫ ଗୃହରେ ପାରିତ ହୋଇଛି । ଆନୁସଙ୍ଗିକ ସୁବିଧାକୁ ମିଶାଇ ବିଧାୟକଙ୍କ ଦରମା ଏକାଥରକେ ପ୍ରାୟ ୩ ଲକ୍ଷ ଟପିଥିବା କୁହାଯାଉଛି । ନଜର ପକାନ୍ତୁ କେଉଁ ସୁବିଧା ବାବଦକୁ କେତେ ଟଙ୍କା ପାଇବେ ବିଧାୟକ ? 

  • ମୂଳ ଦରମା ୩୫ ହଜାରରୁ ବଢ଼ି ୯୦ ହଜାର 
  • ବ୍ୟୟ ଭତ୍ତା ବାବଦକୁ ୪୦ ହଜାରରୁ ୯୬ ହଜାରକୁ ବୃଦ୍ଧି
  • ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ମିଳିବ ୭୫ ହଜାର
  • କମିଟି ବୈଠକ ବାବଦକୁ ୩୦୦୦, ରାଜ୍ୟ ବାହାରେ ବୈଠକ ପାଇଁ ୧୦ ହଜାର
  • ମାସିକ ଯାନବାହନ ଭତ୍ତା ବାବଦକୁ ୫୦ ହଜାର
  • ବିଦ୍ୟୁତ୍‌ ଦେୟ ୨୦ ହଜାର, ଚିକିତ୍ସା ଖର୍ଚ୍ଚ ୩୫ ହଜାର 
  • ବାସଭବନ ମିଳିନଥିଲେ ରହଣି ପାଇଁ ଦୈନିକ ୨ ହଜାର 

ସେହିଭଳି ପୂର୍ବତନ ବିଧାୟକ ପେନସନ୍‌ ବାବଦକୁ ଏବେ ପାଇବେ ୮୦ ହଜାର ଟଙ୍କା । ଏକାଧିକ ଥର ନିର୍ବାଚିତ ହୋଇଥିଲେ ମିଳିବ ଅତିରିକ୍ତ ୩ ହଜାର । ଗସ୍ତ ଖର୍ଚ୍ଚ ବାବଦକୁ ମିଳିବ ମାସିକ ୧୨ ହଜାର । ଚିକିତ୍ସା ଖର୍ଚ୍ଚ ୨ ହଜାରରୁ ବଢ଼ି ୨୫ ହଜାର ମିଳିବ ।

ଅଧିକ ପଢ଼ନ୍ତୁ:ଗୃହରେ ସଂକଳ୍ପ ପତ୍ରକୁ ଚିରି ଫିଙ୍ଗିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

 ଲୋୟର ପିଏମଜିରେ ବିଭିନ୍ନ ସଙ୍ଗଠନ ନିଜର ଦାବି ରଖୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିଲେ। ତେବେ ବିଧାୟକଙ୍କ ଭଳି ଆନ୍ଦୋଳନକାରୀଙ୍କ ଦାବି ମାନିବା ସହ ଦରମା ବୃଦ୍ଧି କରିବା ସପକ୍ଷରେ ଯୁକ୍ତି ବାଢିଛନ୍ତି ବୁଦ୍ଧିଜୀବୀ। ଏଣିକି ପ୍ରତି ୫ ବର୍ଷରେ ନିର୍ବାଚନ ଭଳି ପ୍ରତି ୫ ବର୍ଷରେ ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe