ଆଜି ବି ସ୍ବାଭାବିକ ହୋଇପାରିଲାନି ବିଧାନସଭା, ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

Advertisment

ଆଜି ବି ସ୍ବାଭାବିକ ହୋଇପାରିଲାନି ବିଧାନସଭା। ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ନେଇ ପୁଣି ବିରୋଧୀଙ୍କ ହଟ୍ଟଗୋଳ। ଲଗାତାର  ଚତୁର୍ଥ ଦିନରେ ଆଜି ପୁଣି ବିରୋଧୀ ହଙ୍ଗାମା କରିଛନ୍ତି । ଆଜିବି ଚାଲିପାରିଲାନି ଗୃହକାର୍ଯ୍ୟ

ଆଜି ବି ସ୍ବାଭାବିକ ହୋଇପାରିଲାନି ବିଧାନସଭା। ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ନେଇ ପୁଣି ବିରୋଧୀଙ୍କ ହଟ୍ଟଗୋଳ। ଲଗାତାର  ଚତୁର୍ଥ ଦିନରେ ଆଜି ପୁଣି ବିରୋଧୀ ହଙ୍ଗାମା କରିଛନ୍ତି । ଆଜିବି ଚାଲିପାରିଲାନି ଗୃହକାର୍ଯ୍ୟ

assembly

Photograph: (kanaknews)

କନକବ୍ୟୁରୋ : ଆଜି ବି ସ୍ବାଭାବିକ ହୋଇପାରିଲାନି ବିଧାନସଭା। ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ନେଇ ପୁଣି ବିରୋଧୀଙ୍କ ହଟ୍ଟଗୋଳ। ଲଗାତାର  ଚତୁର୍ଥ ଦିନରେ ଆଜି ପୁଣି ବିରୋଧୀ ହଙ୍ଗାମା କରିଛନ୍ତି । ଆଜିବି ଚାଲିପାରିଲାନି ଗୃହକାର୍ଯ୍ୟ । ଗୃହରେ ବିରୋଧୀ ନାରାବାଜି ମୁଣ୍ଡରେ କଳାପଟି  ଦେଇ ଏବଂ   ପ୍ଲାକାର୍ଡ ଧରି ହୋହଲ୍ଲା କରିଛନ୍ତି  । ଚାଷୀଙ୍କ ସମସ୍ୟାକୁ ନେଇ ତେଜିଛନ୍ତି ବିରୋଧୀ । କୌଣସି ମତରେ ଗୃହକାର୍ଯ୍ୟ ସଠିକ୍ ଭାବେ ସମ୍ପାଦନ ହୋଇପାରୁନାହିଁ ।

ଚାଷୀଙ୍କ ଦୁଃଖକୁ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି । ବାଚସ୍ପତି ସୁରମା ପାଢୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ବି ହୋଇପାରିନି ଗୃହକାର୍ଯ୍ୟ । ମାତ୍ର ୫ ମିମିଟ୍ ହୋଇପାରିଛି ପ୍ରଶ୍ନକାଳ । କାନ୍ଦୁଛି ଚାଷୀ କାନ୍ଦେ ଜନତା , କୁଆଡ଼େ ଗଲା ତୁମ ଓଡ଼ିଆ ଅସ୍ମିତା ନାରାବାଜିରେ କମ୍ପିଲା ଗୃହ । ପରିସ୍ଥିତି ଅଣାୟତ୍ତ ହେବା ହେତୁ  ପୁଣି ବାଚସ୍ପତି ସୁରମା ପାଢୀ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe