କନକ ବ୍ୟୁରୋ: ଆଜି ବିଧାସଭାରେ ସୁରୁଖୁରୁରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟ । ବିଧାୟକମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ଦେଇଚାଲିଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ ଆଜି ଛତୁଆ ବଣ୍ଟନକୁ ନେଇ ହେଉଛି ଚର୍ଚ୍ଚା ।
 

ଶିଶୁ ଓ ମା’ ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଙ୍ଗନାବାଡି ପକ୍ଷରୁ ଛତୁଆ ବିତରଣ କରାଯାଉଥିବାବେଳେ କିଛି ସଂସ୍ଥା ଖରାପ ମାନର ଛତୁଆ ଦେଉଥିବା ଅଭିଯୋଗ ହେବା ପରେ ଏନେଇ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା, ମହିଳା ଓ ଶିଶୁ କଲ୍ୟାଣମନ୍ତ୍ରୀ ପ୍ରଭାତି ପରିଡା ।  

ମନ୍ତ୍ରୀ କହିଛନ୍ତି, ଶିଶୁ ମାନଙ୍କୁ ଦିଆଯାଉଥିବା ଛତୁଆର ମାନ ପରୀକ୍ଷା କରିବାକୁ ଗ୍ରାମ ଯାଞ୍ଚ କମିଟି ବ୍ୟବସ୍ଥା କରାଯାଇଛି । ସୁପରଭାଇଜରମାନେ ଛତୁଆ ପ୍ରସ୍ତୁତିବେଳେ ଏହାର ମାନ ଯାଞ୍ଚ କରିବେ । ଛତୁଆର କ୍ୱାଲିଟି ନେଇ ବିଧାୟକମାନେ ଉଦବେଗ ପ୍ରକାଶ କରିଥିବାବେଳେ ଛତୁଆର ସାମ୍ପୁଲ ଟେଷ୍ଟ କରାଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ।