ରାତି ପାହିକି ସକାଳ ହେଲା, ନନଷ୍ଟପ ୨୦ ଘଣ୍ଟା ଗୃହ ଚାଲିଲା

ଚଳିତ ବଜେଟ ଅଧିବେଶନ ଯେତିକି ଚର୍ଚ୍ଚାରେ ଥିଲା ସେତିକି ବିବାଦୀୟ ଥିଲା । କାରଣ ଅନେକ ଘଟଣାର ମୂକସାକ୍ଷୀ ପାଲଟିଥିଲା ଚଳିତ ଅଧିବେଶନ । ଯେଉଁ ଦୃଶ୍ୟ ବିଧାନସଭା ଇତିହାସରେ ଦେଖିବାକୁ ମିଳିନଥିଲା ତାହାର ଝଲକ ଚଳିତ ଅଧିବେଶନରେ ହିଁ ରାଜ୍ୟବାସୀ ଦେଖିଥିଲେ ।

Assembly v 1

Photograph: (KanakNews )

କନକ ବ୍ୟୁରୋ : ଚଳିତ ବଜେଟ ଅଧିବେଶନ ଯେତିକି ଚର୍ଚ୍ଚାରେ ଥିଲା ସେତିକି ବିବାଦୀୟ ଥିଲା । କାରଣ ଅନେକ ଘଟଣାର ମୂକସାକ୍ଷୀ ପାଲଟିଥିଲା ଚଳିତ ଅଧିବେଶନ । ଯେଉଁ ଦୃଶ୍ୟ ବିଧାନସଭା ଇତିହାସରେ ଦେଖିବାକୁ ମିଳିନଥିଲା ତାହାର ଝଲକ ଚଳିତ ଅଧିବେଶନରେ ହିଁ ରାଜ୍ୟବାସୀ ଦେଖିଥିଲେ । ଗୃହ ସ୍ବାଭାବିକ ହେଉନଥିବାରୁ ସବୁ ମହଲ ସମାଲୋଚନା କରୁଥିଲା । ଏଥିପାଇଁ ଶାସକ ନା ବିରୋଧୀ, କିଏ ଦାୟୀ ତାହାକୁ ନେଇ ଗଣମାଧ୍ୟମରେ ପ୍ରଶ୍ନ ଉଠିଥିଲା । ହେଲେ ଶେଷ ଦିନରେ ଭିନ୍ନ ବାର୍ତ୍ତା ଆସିଛି ବିଧାନସଭାରୁ । ଗଣତନ୍ତ୍ରର ମନ୍ଦିରରେ  କେବଳ ହୋ ହଲ୍ଲା ହୁଏନି, ଘଣ୍ଟ ବାଜେନି ଏଠି ବିତର୍କ ବି ହୁଏ । କାରଣ ଏପ୍ରିଲ ୨ ସକାଳ ୧୦ଟା ୩୦ରୁ ଏପ୍ରିଲ୍ ୩ ସକାଳ ୭ଟା ଯାଏଁ, ପ୍ରାୟ ୨୦ ଘଣ୍ଟା ଧରି ଗୁରୁତ୍ବପୂର୍ଣ୍ଣ ବିଲକୁ ନେଇ ବିତର୍କ କରିଥିଲେ ଉଭୟ ଶାସକ-ବିରୋଧୀ । 

ପୂର୍ବରୁ ଅନେକ ପ୍ରସଙ୍ଗକୁ ନେଇ ବିଧାନସଭାରେ ରାତିସାରା ଡିବେଟ ହୋଇଛି । ଆଉ କେତେବେଳେ ହଙ୍ଗାମା କରି ଗୃହ ଭିତରେ ରାତି କଟାଇଛନ୍ତି ବିଧାୟକ । ନଜର ପକାନ୍ତୁ ଯେବେ ସାରାରାତି ବିଧାନସଭାରେ ବିତର୍କ ହୋଇଥିଲା। 

ବିଧାନସଭା ଇତିହାସ : ସାରାରାତି ଆଲୋଚନା  
୨ ଅଗଷ୍ଟ ୧୯୯୯
ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ବିଲ୍ ଉପରେ ହୋଇଥିଲା ସାରାରାତି ଆଲୋଚନା 

୧୧ ନଭେମ୍ବର ୨୦୦୩
ପୋଲିସ ବିଲ୍ ଉପରେ ହୋଇଥିଲା ସାରାରାତି ଆଲୋଚନା
ପ୍ରାୟ ସାଢେ ୧୬ ଘଣ୍ଟା ଧରି ହୋଇଥିଲା ଆଲୋଚନା
ଏହା ବିଧାନସଭାର ସର୍ବକାଳୀନ ବିତର୍କ ରେକର୍ଡ

୨ ଏପ୍ରିଲ ୨୦୨୫
ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍
ପ୍ରାୟ ୧୨ ଘଣ୍ଟା ୨୨ ମିନିଟ୍ ଧରି ଶାସକ-ବିରୋଧୀଙ୍କ ମଧ୍ୟରେ ଚାଲିଥିଲା ଘମାଘୋଟ ଆଲୋଚନା 
ଶାସକ ଦଳ ବଜେଟ ଅଧିବେଶନକୁ ଐତିହାସିକ କହୁଥିବା ବେଳେ ବିରୋଧୀ କଂଗ୍ରେସ ଏହାକୁ ବିବାଦୀୟ ଆଖ୍ୟା ଦେଇଛି ।  
ଘଣ୍ଟ ବଜା, ଠେଲାପେଲା, ଗଙ୍ଗାଜଳ ସିଞ୍ଚନ... କିଛି ଏଭଳି ଘଟଣାକୁ ନେଇ ବିବାଦୀୟ ହୋଇଥିଲା ଚଳିତ ଅଧିବେଶନ । ବିଧାନସଭାରେ ପ୍ରଥମଥର ପାଇଁ କଂଗ୍ରେସର ସମସ୍ତ ସଦସ୍ୟ ଗୃହରୁ ନିଲମ୍ବିତ ହୋଇଥିଲେ । ଶେଷ ଆଡକୁ କଂଗ୍ରେସ ବିନା ସାରାରାତିର ବିତର୍କ ଏବେ ବଜେଟ ଅଧିବେଶନକୁ ଐତିହାସିକ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe