ସୋମବାର ଯାଏଁ ଗୃହ ମୁଲତବି । ମୁଲତବି ଘୋଷଣା କଲେ ବାଚସ୍ପତି ।

ସୋମବାର ଯାଏଁ ଗୃହ ମୁଲତବି । ସୋମବାର ସାଢେ ୧୦ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ।

11a

କନକ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସ୍ୱାଭାବିକ ଚାଲିଥିବାବେଳେ ବିଭିନ୍ନ  ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ପ୍ରଶ୍ନ କରିଥିଲେ ବିରୋଧୀ । 

ଏଏସଓ ନିଯୁକ୍ତି ପ୍ରସଙ୍ଗ ନେଇ ବିରୋଧୀ ହୋହାଲ୍ଲା କରିଥିବାବେଳେ ପରେ କିନ୍ତୁ ସ୍ଥିତି ସ୍ୱାଭାବିକ ହୋଇଥିଲା । ପରେ ସୁଭଦ୍ରା ଯୋଜନା ନେଇ ତଥ୍ୟ ରଖିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ ଟଙ୍କା ପାଇସାରିଥିବାବେଳେ, ୨୭ ହଜାରରୁ ଅଧିକ ଲୋକ ବ୍ୟାଙ୍କ ଓ ଆଧାର ତ୍ରୁଟି କାରଣରୁ ଟଙ୍କା ପାଇପାରି ନାହାଁନ୍ତି । ଏଥିସହ ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବିବେଚିତ ହେଇଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏସବୁ ପ୍ରଶ୍ନୋତ୍ତର ପରେ ସୋମବାର ୧୦ଟା ୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe