ଦିନକ ପୂର୍ବରୁ ସରିଲା ବିଧାନସଭା ;  ଗୃହକୁ ଚଳାଇ ଦେଲେନି ବିରୋଧୀ

ଗୋଟିଏ ଦିନ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ସରକାରଙ୍କୁ ହଲାପଟା କଲେ ବିରୋଧୀ  । ରାଜରାସ୍ତାରେ ଗର୍ଜିଲା କଂଗ୍ରେସ।  

3

କନକ ବ୍ୟୁରୋ: ଦିନକ ପୂର୍ବରୁ ସରିଲା ବିଧାନସଭା । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି  ଘୋଷଣା କରିଛନ୍ତି ବାଚସ୍ପତି । ଦୁର୍ଗା ପୂଜା ପାଇଁ ଗୋଟିଏ ଦିନ ପୂର୍ବରୁ ଅଧିବେଶନ ସାରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଯାହାକୁ ଏକାଧିକ ବିଧାୟକମାନେ ସମର୍ଥନ କରିବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । 


ଚଳିତ ମୌସୁମୀ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି
 ୨ଟି ବିଲ୍ ଆସିବା ସହ ଜିଏସଟି ସଂଶୋଧନ ନେଇ ସଂକଳ୍ପ ପ୍ରସ୍ତାବ ପାରିତ 
 ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୫ ପାରିତ
ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍-୨୦୨୫ ପାରିତ ହୋଇଛି
ଜିଏସଟି ସଂଶୋଧନ ପାଇଁ ପ୍ରଧାନମନ୍ତ୍ରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ସଂକଳ୍ପ ପାରିତ ହୋଇଥିଲା
୬ ଦିନ ଧରି ବେଶ ସରଗରମ ଥିଲା ବିଧାନସଭା ଅଧିବେଶନ 
ସାର ଅଭାବ, ମହିଳା ବିରୋଧୀ ଅପରାଧ ବୃଦ୍ଧିକୁ ପ୍ରସଙ୍ଗ କରିଥିଲେ ବିରୋଧୀ
ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା କାଟ ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରତିବାଦ ଜାରି ରଖିଥିଲେ ବିରୋଧୀ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe