କନକ ବ୍ୟୁରୋ: ଦିନକ ପୂର୍ବରୁ ସରିଲା ବିଧାନସଭା । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଦୁର୍ଗା ପୂଜା ପାଇଁ ଗୋଟିଏ ଦିନ ପୂର୍ବରୁ ଅଧିବେଶନ ସାରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଯାହାକୁ ଏକାଧିକ ବିଧାୟକମାନେ ସମର୍ଥନ କରିବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।
ଚଳିତ ମୌସୁମୀ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି
୨ଟି ବିଲ୍ ଆସିବା ସହ ଜିଏସଟି ସଂଶୋଧନ ନେଇ ସଂକଳ୍ପ ପ୍ରସ୍ତାବ ପାରିତ
ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୫ ପାରିତ
ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍-୨୦୨୫ ପାରିତ ହୋଇଛି
ଜିଏସଟି ସଂଶୋଧନ ପାଇଁ ପ୍ରଧାନମନ୍ତ୍ରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ସଂକଳ୍ପ ପାରିତ ହୋଇଥିଲା
୬ ଦିନ ଧରି ବେଶ ସରଗରମ ଥିଲା ବିଧାନସଭା ଅଧିବେଶନ
ସାର ଅଭାବ, ମହିଳା ବିରୋଧୀ ଅପରାଧ ବୃଦ୍ଧିକୁ ପ୍ରସଙ୍ଗ କରିଥିଲେ ବିରୋଧୀ
ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା କାଟ ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରତିବାଦ ଜାରି ରଖିଥିଲେ ବିରୋଧୀ