ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ । ରାବିଡି ବିକ୍ରି କରିବାକୁ ନେଇ ଆକ୍ରମଣ କଲେ ଅଣସେବାୟତ ।

Advertisment

ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ। ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ କରିଛନ୍ତି ଅଣ ସେବାୟତ।

ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ। ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ କରିଛନ୍ତି ଅଣ ସେବାୟତ।

shree mandir attack

କନକ ବ୍ୟୁରୋ: ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ। ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ କରିଛନ୍ତି ଅଣ ସେବାୟତ। ଆନନ୍ଦ ବଜାରରେ ରାବିଡ଼ି ବିକ୍ରି କରୁଥିଲେ ଅଣସେବାୟତ ଜଣକ। ତାଙ୍କୁ ଶ୍ରୀମନ୍ଦିର ସୁପରଭାଇଜର ରାବିଡ଼ି ବିକ୍ରି କରିବାକୁ ବାରଣ କରିବାରୁ ସେ ଆକ୍ରମଣ କରିଥିଲେ। ଏଥିରେ ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀ ଆହତ ହୋଇଛନ୍ତି। ତାଙ୍କୁ ପୁରୀ ସଦର ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଏହି ଆକ୍ରମଣ ହୋଇଛି। କାର୍ତ୍ତିକ ମାସ ଆରମ୍ଭରୁ ଅଣ ପଞ୍ଜୀକୃତ ହବିଷ୍ୟାଳିଙ୍କ ଆନ୍ଦୋଳନ ଯୋଗୁଁ ପ୍ରଶାସନ ହରଡ଼ ଘଟଣାରେ ପଡିଥିଲା। ଆଜି ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହେଉ ହେଉ ପୁଣି ଥରେ ଚର୍ଚ୍ଚାକୁ ଆସିଛି ପୁରୀ। ସେବାୟତଙ୍କୁ ଆକ୍ରମଣ କରିଛନ୍ତି ଅଣ ସେବାୟତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe