ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର : ଅଭିଯୁକ୍ତ ଗିରଫ

Advertisment

ଆମେରିକାର ଓ୍ବାଶିଂଟନ  ରାଜ୍ୟର ଜଣେ ଯୁବକ ନିଜ ପିତାମାତାଙ୍କୁ ହତ୍ୟା ଷଡଯନ୍ତ୍ର କରି ଗିରଫ ହୋଇଥିଲା  କିନ୍ତୁ ଏବେ ଏହି ମାମଲାରେ ଏକ ନୂଆ ମୋଡ଼ ଆସିଛି ।

Updated On

ଆମେରିକାର ଓ୍ବାଶିଂଟନ  ରାଜ୍ୟର ଜଣେ ଯୁବକ ନିଜ ପିତାମାତାଙ୍କୁ ହତ୍ୟା ଷଡଯନ୍ତ୍ର କରି ଗିରଫ ହୋଇଥିଲା  କିନ୍ତୁ ଏବେ ଏହି ମାମଲାରେ ଏକ ନୂଆ ମୋଡ଼ ଆସିଛି ।

ଅଦ୍ୟତନ ହୋଇଛି
donald trump

Photograph: (KanakNews)

କନକବ୍ୟୁରୋ : ଆମେରିକାର ଓ୍ବାଶିଂଟନ  ରାଜ୍ୟର ଜଣେ ଯୁବକ ନିଜ ପିତାମାତାଙ୍କୁ ହତ୍ୟା ଷଡଯନ୍ତ୍ର କରି ଗିରଫ ହୋଇଥିଲା  କିନ୍ତୁ ଏବେ ଏହି ମାମଲାରେ ଏକ ନୂଆ ମୋଡ଼ ଆସିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ଏବଂ ସରକାରକୁ ଉଚ୍ଛେଦ କରିବା ପାଇଁ ଟଙ୍କା ମାଗି ତାଙ୍କ ପିତାମାତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟରେ ଜାରି ହୋଇଥିବା ଫେଡେରାଲ ୱାରେଣ୍ଟରେ ଏହା ସାମ୍ନାକୁ ଆସିଛି  ।  ଅଭିଯୁକ୍ତଙ୍କ ବୟସ ମାତ୍ର ୧୭ ବର୍ଷ ଏବଂ ତାଙ୍କ ନାମ ନିକିତା କାସାପ । ଗତ ମାସରେ ୱାଉକେସା କାଉଣ୍ଟି କର୍ତ୍ତୃପକ୍ଷ ତାଙ୍କ ମା ତତିଆନା କାସପ୍ ଏବଂ ବାପା ଡୋନାଲ୍ଡ ମେୟରଙ୍କ ମୃତ୍ୟୁ ମାମଲାରେ ତାଙ୍କ ବିରୋଧରେ ପ୍ରଥମ ଡିଗ୍ରୀ ହତ୍ୟା, ଚୋରି ଏବଂ ଅନ୍ୟାନ୍ୟ ଅପରାଧ ଅଭିଯୋଗ ଆଣିଥିଲେ । ଅଭିଯୁକ୍ତକୁ ଗତ ମାସରେ କାନସାସରେ ଗିରଫ କରାଯାଇଥିଲା । ଜଣେ ୧୭ ବର୍ଷୀୟ ବାଳକ କିପରି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲା,  ଏହି ଖୁଲାସା ପରେ ଆମେରିକାରେ ହଇଚଇ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe