କନକ ବ୍ୟୁରୋ : ନୂପୁର ବୋରା । ଆସାମ ସିଭିଲ୍ ସର୍ଭିସ - ଏସିଏସ୍ ଅଫିସର । ୨୦୧୯ ମସିହାରେ ସେ ଚାକିରି ଆରମ୍ଭ କରିଥିଲେ । ମାତ୍ର ୬ ବର୍ଷ ଭିତରେ ସେ ଆୟଠାରୁ ପର୍ଯ୍ୟନ୍ତ ପରିମାଣର ସମ୍ପତ୍ତି ଅର୍ଜନ କରିଛନ୍ତି । ନୂପୁରଙ୍କ ଗୁଆହାଟୀ ଘରୁ ୯୨ ଲକ୍ଷ ଓ ବରପେଟା ଭଡ଼ାଘରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । କେବଳ ଏତିକି ନୁହେଁ, ଆହୁରି ମିଳିଛି ୨ କୋଟି ଟଙ୍କାର ଅଳଙ୍କାର । ତାଙ୍କର ବହୁ ସମ୍ପତ୍ତିର କାଗଜପତ୍ର ଜବତ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବଙ୍ଗାଳୀ କହୁଥିବା ମୁସଲମାନଙ୍କ ନାଁରେ ସେ ବେଆଇନ ଭାବେ ସରକାରୀ ଜମି ପଞ୍ଜୀକରଣ କରୁଥିବା ଅଭିଯୋଗ ହୋଇଥିଲା । ଏହି ବେଆଇନ ଅନୁପ୍ରବେଶୀ ଲୋକମାନେ ସ୍ଥାନୀୟ ଅଞ୍ଚଳରେ ମିଆଁ ଭାବେ ପରିଚିତ । ନୂପୁରଙ୍କ ନାଁରେ କୃଷକ ମୁକ୍ତି ସଂଗ୍ରାମ ସମିତିର ମୁଖ୍ୟ ଶିବସାଗର ବିଧାୟକ ଅଖିଳ ଗୋଗୋଇ ଅଭିଯୋଗ କରିଥିଲେ । ଏସିଏସ ଅଫିସର ନୂପୁର ଗୋଗୋଇ ମିଆଁମାନଙ୍କ ନାଁରେ ବେଆଇନ ଭାବେ ସରକାରୀ ଜମି କରାଇଦେବା ପାଇଁ ୧୫ ଶହରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନେଉଥିଲେ । ୧୯୮୯ରେ ଗୋଲାଘାଟରେ ଜନ୍ମଗ୍ରହଣ କରିଥିବା ନୂପୁର ପୂର୍ବରୁ ଇଂରାଜୀ ଅଧ୍ୟାପିକା ଥିଲେ। ୨୦୧୯ରେ ଏସିଏସ ପାଇବା ପରେ କରବିରେ ଆସିଷ୍ଟାଣ୍ଟ କମିସନର ଭାବେ ଯୋଗଦେଇଥିଲେ । ୨୦୨୩ରେ ତାଙ୍କର ବରପେଟାକୁ ସର୍କଲ ଅଫିସର ଭାବେ ବଦଳି ହୋଇଥିଲା । ବରପେଟାରେ ହିଁ ସେ ଲାଞ୍ଚ ନେଇ ମିଆଁମାନଙ୍କ ନାଁରେ ବେଆଇନ ଭାବେ ସରକାରୀ ଜମି ପଞ୍ଜୀକରଣ କରୁଥିଲେ । ନୂପୁର ବୋରାଙ୍କୁ ଗିରଫ କରାଯିବା ସହିତ ଅଧିକ ତଦନ୍ତ ଜାରି ରହିଛି ।
ଦୁର୍ନୀତିଖୋର ସାଜିଲେ ଆସାମର ଆଦର୍ଶ ପ୍ରାଶାସନିକ ଅଧିକାରୀ, ଘରୁ ୧ କୋଟି ନଗଦ ଟଙ୍କା ସହ ୨ କୋଟିର ଅଳଙ୍କାର ଜବତ
ନୂପୁରଙ୍କ ଗୁଆହାଟୀ ଘରୁ ୯୨ ଲକ୍ଷ ଓ ବରପେଟା ଭଡ଼ାଘରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । କେବଳ ଏତିକି ନୁହେଁ, ଆହୁରି ମିଳିଛି ୨ କୋଟି ଟଙ୍କାର ଅଳଙ୍କାର । ତାଙ୍କର ବହୁ ସମ୍ପତ୍ତିର କାଗଜପତ୍ର ଜବତ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
/kanak/media/media_files/2025/09/16/52-2025-09-16-21-01-59.jpg)