ପହଲଗାମରେ ଆତଙ୍କୀ ଆକ୍ରମଣ: ଜୀବନ ବଞ୍ଚାଇଦେଲା ଦାଢ଼ି

Advertisment

ଜୀବନ ବଞ୍ଚାଇଦେଲା ଦାଢ଼ି । ଅଳ୍ପକେ ବର୍ତ୍ତିଗଲା ଜୀବନ । ଜମ୍ମକଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଆଉ ଏହି ସମୟରେ ଘଟିଥିବା ଏକ ଘଟଣା, ଏବେ ସାମ୍ନାକୁ ଆସିଛି । ଦାଢ଼ି ଥିବା କାରଣରୁ ଅଳ୍ପକେ ବଞ୍ଚିଯାଇଛି ଏକ ଅମୂଲ୍ୟ ଜୀବନ ।

ଜୀବନ ବଞ୍ଚାଇଦେଲା ଦାଢ଼ି । ଅଳ୍ପକେ ବର୍ତ୍ତିଗଲା ଜୀବନ । ଜମ୍ମକଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଆଉ ଏହି ସମୟରେ ଘଟିଥିବା ଏକ ଘଟଣା, ଏବେ ସାମ୍ନାକୁ ଆସିଛି । ଦାଢ଼ି ଥିବା କାରଣରୁ ଅଳ୍ପକେ ବଞ୍ଚିଯାଇଛି ଏକ ଅମୂଲ୍ୟ ଜୀବନ ।

ଦାଢ଼ି ବଞ୍ଚାଇଦେଲା ଜୀବନ

ଦାଢ଼ି ବଞ୍ଚାଇଦେଲା ଜୀବନ Photograph: (KanakNews )

କନକ ବ୍ୟୁରୋ: ଜୀବନ ବଞ୍ଚାଇଦେଲା ଦାଢ଼ି । ଅଳ୍ପକେ ବର୍ତ୍ତିଗଲା ଜୀବନ । ଜମ୍ମକଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଆଉ ଏହି ସମୟରେ ଘଟିଥିବା ଏକ ଘଟଣା, ଏବେ ସାମ୍ନାକୁ ଆସିଛି । ଦାଢ଼ି ଥିବା କାରଣରୁ ଅଳ୍ପକେ ବଞ୍ଚିଯାଇଛି ଏକ ଅମୂଲ୍ୟ ଜୀବନ ।

ମିଳିଥିବା ସୂଚନା ମୁତାବକ, ଦେବାଶିଷ ଭଟ୍ଟାଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହିତ କଶ୍ମୀର ବୁଲିବାକୁ ଯାଇଥିଲେ । ଆଉ ଏହି ସମୟରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିଥିଲେ । ତେବେ ଦେବାଶିଷଙ୍କ କହିବା ମୁତାବକ, ଏହି ସମୟରେ ସେ ଗଛ ତଳେ ଲୁଚି ରହିଥିଲେ । ଆଉ କିଛି ଲୋକଙ୍କୁ କଲମା ପଢୁଥିବା ଦେଖିବାକୁ ପାଇଥିଲେ । ଏହାପରେ ନିଜ ଜୀବନ ବଞ୍ଚାଇବାକୁ ସେ କଲମା ପଢିବା ଆରମ୍ଭ କରିଥିଲେ । ଆଉ ଆତଙ୍କବାଦୀ ତାଙ୍କୁ ଯେତେବେଳେ ପଚାରିଥିଲେ କଣ ପଢୁଛ ବୋଲି, ସେତେବେଳେ ସେ ଆହୁରି ଜୋରରେ କଲମା ପଢିଥିଲେ । ଯେଉଁ କାରଣରୁ ଆତଙ୍କବାଦୀମାନେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ ।

ସେହିପରି ଦେବାଶିଷଙ୍କ ପତ୍ନୀ ମଧୁମିତା ଦାସ ଭଟ୍ଟାଚାର୍ଯ୍ୟଙ୍କ ଭାଇ ନବେନ୍ଦୁ ଦାସଙ୍କ କହିବା ମୁତାବକ, ତାଙ୍କର ଦାଢ଼ି ଥିବା କାରଣରୁ ଆତଙ୍କବାଦୀମାନେ ତାଙ୍କୁ ଚିହ୍ନିପାରିନଥିଲେ । ଆଉ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଥିଲା । ସୂଚନାଯୋଗ୍ୟ ଯେ, ପହଲଗାମରେ ଆତଙ୍କୀ ଆକ୍ରମଣରେ ୨୮ ଜଣ ସାଧାରଣ ଲୋକ ଜୀବନ ହାରିଛନ୍ତି । ଏବେ ବି କିଛି ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଆକ୍ରମଣ କେମିତି ଘଟିଲା, ଏହା ପଛର କାରଣ କଣ ସେନେଇ ଏବେ ବି ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ, ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ଉଚ୍ଚସ୍ତରୀୟ ମିଟିଂ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe