କନକ ବ୍ୟୁରୋ : ବ୍ରହ୍ମପୁତ୍ର ନଦୀ ପାଣି ରୋକିବାକୁ ପାକ ଧମକ ଦେଉଥିବାବେଳେ ତାର ଜବାବ କିଛି ଏଭଳି ଢ଼ଙ୍ଗରେ ଦେଇଛନ୍ତି ହିମନ୍ତ । ବ୍ରହ୍ମପୁତ୍ର ନଦୀର ପାଣି ଭାରତ ପାଇଁ କେତେ ଉପଯୋଗୀ? କେତେ ମାତ୍ରାରେ କେଉଁ ରାସ୍ତା ଦେଇ ଭାରତ ଆସେ ପାଣି ? କାହିଁକି ଆସାମ ବନ୍ୟାର ମୁଖ୍ୟ କାରଣ ନଦୀ ଜଳ? ଭାରତରେ କିଭଳି ବ୍ରହ୍ମପୁତ୍ର ନଦୀ ଅଧିକ ବଳିୟାନ୍ ହୁଏ ? ଏହାକୁ ନେଇ ଏକ ସମ୍ପୂର୍ଣ୍ଣ ତଥ୍ୟ ପୋଷ୍ଟ କରି ପାକିସ୍ତାନକୁ ଜବାବ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।
ପାକିସ୍ତାନର ନୂଆ ଚାଲ୍, ହିମନ୍ତଙ୍କ ପାଲଟା ଜବାବ
-ବ୍ରହ୍ମପୁତ୍ର ନଦୀର ୩୦ରୁ ୩୫% ପାଣି କେବଳ ତିବ୍ଦତ ଦେଇ ଭାରତକୁ ଆସେ
-୬୫ରୁ ୭୦% ମୌସୁମୀ ବର୍ଷା ଓ ଶାଖା ନଦୀରୁ ମିଳେ
-ପୂର୍ବୋତ୍ତର ରାଜ୍ୟର ନଦୀଗୁଡ଼ିକ ବ୍ରହ୍ମପୁତ୍ରକୁ ବଳବାନ କରୁଛି
-ଯଦି ବ୍ରହ୍ମପୁତ୍ର ନଦୀର ପାଣି ରୋକାଯିବ ତେବେ ଏହାର ବଡ଼ ପ୍ରଭାବ ଭାରତରେ ପଡ଼ିବନି
-ନଦୀ ପାଣି ରୋକାଗଲେ ଭାରତ ପାଇଁ ବଡ଼ ସମସ୍ୟାର କାରଣ ହେବନି
-ଆସାମ ବନ୍ୟା ସମସ୍ୟା କମ୍ ହେବ
ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫଙ୍କ ପରାମର୍ଶଦାତା ରାଣା ଏହସାନ ଅଫଜର ଭାରତକୁ ଧମକ ଦେଇ କହିଥିଲେ ଯଦି ସିନ୍ଧୁ ଜଳ ଚୁକ୍ତି ରଦ୍ଦକୁ ନେଇ ପୁର୍ନବିଚାର ନକରାଯାଏ ତେବେ ଚୀନ ସହାୟତାରେ ବ୍ରହ୍ମପୁତ୍ର ନଦୀ ଜଳ ଅଟକାଇଦେବୁ । ଯାହାର ଜବାବ ସମ୍ପୂର୍ଣ୍ଣ ତଥ୍ୟ ଦେବା ସହ ହିମନ୍ତ କହିଛନ୍ତି । ୭୪ବର୍ଷ ଧରି ସିନ୍ଧୁ ଜଳ ପାଣିରୁ ଫାଇଦା ଉଠାଇଛି ପାକିସ୍ତାନ । ଏବେ ଭୂଲରେ ଭାରତକୁ ଫମ୍ପା ଧମକ ନଦେଉ । ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ପରେ ଭାରତ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ପରେ ଏବେ ଡହଳବିକଳ ଆତଙ୍କୀସ୍ତାନ । ସେପେଟେ ମିଛ କଥା ପ୍ରଚାର କରି ଯେଉଁ ଫମ୍ପା ଧମକ ଦେଇଛି ତାର ଜବାବ କିଛି ଏଭଳି ଢ଼ଙ୍ଗରେ ଦେଇ ଚର୍ଚ୍ଚାରେ ଏବେ ଆସାମ ମୁଖ୍ୟମନ୍ତ୍ରୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/03/ATXOiANOJLGERCVPIp7l.jpg)