କନକ ବ୍ୟୁରୋ : ଆଜି ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ତାଙ୍କ ସହ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବି ଓଡିଶା ଗସ୍ତରେ ଆସୁଛନ୍ତି । ହିମନ୍ତ ବିଶ୍ବଶର୍ମା ଦିନିକିଆ ଗସ୍ତରେ ଆସି ସାଢେ ୧୦ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠୁ ସିଧାସଳଖ ରାଜଭବନ ଯିବେ । ରାଜ୍ୟପାଳ ରଘୁବର ଦାସଙ୍କ ସହ ତାଙ୍କର ସୌଜନ୍ୟମୂଳକ ସାକ୍ଷାତ ରହିଛି । ପାଖାପାଖି ଘଣ୍ଟାଏ ଧରି ରାଜଭବନରେ ରହିବେ ବିଶ୍ୱଶର୍ମା । ପରେ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦର ଯିବେ, ସେଠାରୁ ଝାଡ଼ଖଣ୍ଡ ଅଭିମୁଖେ ଯାତ୍ରା କରିବେ । ସେହିପରି ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦୁଇ ଦିନିଆ ଗସ୍ତରେ ଆସି ୧୦ଟା ୧୫ରେ ଭୁବନେଶ୍ୱର ରେଳଷ୍ଟେସନରେ ପହଞ୍ଚି ରାଜଭବନ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଆଜି ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ରାଜଭବନ ଯାଇ ରାଜ୍ୟପାଳଙ୍କ ସହ କରିବେ ସୌଜନ୍ୟମୂଳକ ସାକ୍ଷାତ
ଆଜି ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ତାଙ୍କ ସହ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବି ଓଡିଶା ଗସ୍ତରେ ଆସୁଛନ୍ତି ।
/kanak/media/media_files/8WgsxvknQGqBeLtOY7AQ.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)