କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । ଆସାମ, ଅରୁଣାଚଳ, ମେଘାଳୟ, ମଣିପୁର, ମିଜୋରାମ, ସିକ୍ମିମ ଓ ନାଗାଲାଣ୍ଡର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଓ ଭୂସ୍ଖଳନ ସ୍ଥିତି । ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ୨ ଦିନରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି ।
ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆସାମ ଓ ଅରୁଣାଚଳ । ଆସାମର ୧୨ଟି ଜିଲ୍ଲାର ପ୍ରାୟ ୬୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ରାଜଧାନୀ ଗୌହ୍ୱାଟିର କିଛି ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି । ଏପରିକି ରାସ୍ତାରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି । ମଣିପୁର ରାଜଧାନୀ ଇମ୍ଫାଲର ବିଭିନ୍ନ ଜାଗାରେ ପାଣି ଭରିଯାଇଛି । ପାଣି ଘେରରେ ରହିଥିବା ଲୋକଙ୍କୁ ଏନଡିଆରଏଫ୍, ଏସଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଇଟିବିପିର ଯବାନମାନେ ମଧ୍ୟ ଉଦ୍ଧାରକାର୍ଯ୍ୟରେ ସହାୟତା କରୁଛନ୍ତି ।
- ସିକିମରେ ସ୍ଥିତି ସାଂଘାତିକ
- ଫସିରହିଛନ୍ତି ୨ ହଜାର ପର୍ଯ୍ୟଟକ
ସିକ୍କିମରେ ଲଗାଣ ବର୍ଷା ଓ ଭୂସ୍ଖଳନ ସ୍ଥିତିକୁ ସାଂଘାତିକ କରିସାରିଲାଣି । ଉତ୍ତର ସିକ୍କିମରେ ପ୍ରାୟ ୨ ହଜାର ପର୍ଯ୍ୟଟକ ଫସିରହିଛନ୍ତି । ୮ ଜଣ ପର୍ଯ୍ୟଟକ ନିଖୋଜ ରହିଛନ୍ତି, ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତେବେ ଦୁର୍ଗମ ଅଞ୍ଚଳ ହେବା ସହ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଉଦ୍ଧାରକାର୍ଯ୍ୟ କଷ୍ଟକର ହୋଇପଡ଼ିଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର-ପୂର୍ବାଞ୍ଚଳର ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇଦେବକୁ ଶାହ ପ୍ରତିଶ୍ରୁତି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/06/01/vobCP3TzEWhWInBOZilL.jpg)