ଅମିନ-ଆରଆଇ ପରୀକ୍ଷାର୍ଥୀଙ୍କ ଅଭିନବ ପ୍ରତିବାଦ; ଡଙ୍ଗା କରି ଭସାଇ ଦେଲେ ଆଡମିଟ୍ କାର୍ଡ

Advertisment

ଅମିନ-ଆରଆଇ ପରୀକ୍ଷାରେ ଅନିୟମିତତା ନେଇ ଦିନକୁ ଦିନ ତୀବ୍ର ହେଉଛି ଆନ୍ଦୋଳନ । ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇଥିବା ଆରଆଇଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି ।

ଅମିନ-ଆରଆଇ ପରୀକ୍ଷାରେ ଅନିୟମିତତା ନେଇ ଦିନକୁ ଦିନ ତୀବ୍ର ହେଉଛି ଆନ୍ଦୋଳନ । ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇଥିବା ଆରଆଇଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି ।

Protest Over OSSSC RI, Amin Exam Irregularities

କନକ ବ୍ୟୁରୋ : ଅମିନ-ଆରଆଇ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଅଭିନବ ପ୍ରତିବାଦ । ଆଡମିଟ୍ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇଲେ ପରୀକ୍ଷାର୍ଥୀ । ପୂର୍ବରୁ କଟକରେ ପ୍ରତିବାଦ କରି ଜିଲ୍ଲାପାଳ ଅଫିସ ଯାଇଥିଲେ ଶତାଧିକ ପରୀକ୍ଷାର୍ଥୀ ।

ଅମିନ-ଆରଆଇ ପରୀକ୍ଷାରେ ଅନିୟମିତତା ନେଇ ଦିନକୁ ଦିନ ତୀବ୍ର ହେଉଛି ଆନ୍ଦୋଳନ । ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇଥିବା ଆରଆଇଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ନିକଟରେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇବର କାଫେରେ ଗ୍ରୁପ-ସି ଚାକିରି ପାଇଁ ପରୀକ୍ଷା କରାଯାଉଥିବା ଅଭିଯୋଗ ହୋଇଥିଲା

OSSSC ଦ୍ୱାରା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ, ସୁପର ଭାଇଜର, ଅମିନ ପରୀକ୍ଷା ହେଉଥିବା ବେଳେ ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଥିଲା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ ଯେ OSSSC ପକ୍ଷରୁ ସାଇବର କାଫେରେ ପରୀକ୍ଷା ହେଉଛି । ପରୀକ୍ଷା କେନ୍ଦ୍ର ତଳେ ହୋଟେଲ ରହିଥିବାରୁ ବିନା ଆଇକାର୍ଡରେ ଲୋକମାନେ ମନଇଚ୍ଛା ଭିତରକୁ ପ୍ରବେଶ କରୁଛନ୍ତି । ଫଳରେ ପରୀକ୍ଷାରେ ସ୍ୱଚ୍ଛତା ରହୁନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe