କନକ ବ୍ୟୁରୋ : ଅମିନ-ଆରଆଇ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଅଭିନବ ପ୍ରତିବାଦ । ଆଡମିଟ୍ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇଲେ ପରୀକ୍ଷାର୍ଥୀ । ପୂର୍ବରୁ କଟକରେ ପ୍ରତିବାଦ କରି ଜିଲ୍ଲାପାଳ ଅଫିସ ଯାଇଥିଲେ ଶତାଧିକ ପରୀକ୍ଷାର୍ଥୀ ।
ଅମିନ-ଆରଆଇ ପରୀକ୍ଷାରେ ଅନିୟମିତତା ନେଇ ଦିନକୁ ଦିନ ତୀବ୍ର ହେଉଛି ଆନ୍ଦୋଳନ । ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇଥିବା ଆରଆଇଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ନିକଟରେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇବର କାଫେରେ ଗ୍ରୁପ-ସି ଚାକିରି ପାଇଁ ପରୀକ୍ଷା କରାଯାଉଥିବା ଅଭିଯୋଗ ହୋଇଥିଲା ।
OSSSC ଦ୍ୱାରା ଆର୍ଆଇ, ଏଆର୍ଆଇ, ଆଇସିଡିଏସ, ସୁପର ଭାଇଜର, ଅମିନ ପରୀକ୍ଷା ହେଉଥିବା ବେଳେ ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ ଯେ OSSSC ପକ୍ଷରୁ ସାଇବର କାଫେରେ ପରୀକ୍ଷା ହେଉଛି । ପରୀକ୍ଷା କେନ୍ଦ୍ର ତଳେ ହୋଟେଲ ରହିଥିବାରୁ ବିନା ଆଇକାର୍ଡରେ ଲୋକମାନେ ମନଇଚ୍ଛା ଭିତରକୁ ପ୍ରବେଶ କରୁଛନ୍ତି । ଫଳରେ ପରୀକ୍ଷାରେ ସ୍ୱଚ୍ଛତା ରହୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/s2x6SSFetF7ln2HgXllZ.jpg)