କନକ ବ୍ୟୁରୋ : ଅଗ୍ନିଶମ ବିଭାଗ ଡିଜିଙ୍କ ଅଫିସ ସମ୍ମୁଖରେ ଧାରଣାରେ ଶତାଧିକ ଫାୟାର ମ୍ୟାନ୍। ନିଯୁକ୍ତିପତ୍ର ଥିଲେ ବି ନିଯୁକ୍ତି ନମିଳିବାରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚାକିରୀ ପାଇଁ ୯୪୧ ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟା ଯାଇଥିଲା । ତେବେ ହାଇକୋର୍ଟରେ ସଂରକ୍ଷଣ ନେଇ ମାମଲା ଚାଲିଥିବାରୁ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲାଗିଛି । ଏହାକୁ ନେଇ ଅଭିଯୋଗ ଜଣାଇବା ସହ ଧାରଣାରେ ବସିଛନ୍ତି ଶତାଧିକ ଫାୟାର ମ୍ୟାନ ।
ଅଫର ଲେଟର ମିଳିଥିଲେ ବି ମିଳିନି ନିଯୁକ୍ତି; ଅଗ୍ନିଶମ ଡିଜିଙ୍କ ଅଫିସ ସମ୍ମୁଖରେ ଧାରଣାରେ ଶତାଧିକ ଫାୟାର ମ୍ୟାନ୍
ଅଗ୍ନିଶମ ବିଭାଗ ଡିଜି କାର୍ଯ୍ୟାଳୟ ଘେରିଲେ ଆଶାୟୀ ଅଗ୍ନିଶମ ବାହିନୀ । ଅଫର ଲେଟର ମିଳିଥିଲେ ବି ହୋଇନାହିଁ ନିଯୁକ୍ତି । ପ୍ରତିବାଦରେ ଧାରଣାକୁ ଓହ୍ଲାଇଛନ୍ତି ୯୪୧ ଜଣ ପରୀକ୍ଷାର୍ଥୀ ।
/kanak/media/media_files/B9Mm0jQzJtf29aYYf1lg.jpg)